Only for Entertainment

ଠଗ୍ସ ଅଫ ହିନ୍ଦୋସ୍ତାନ : ରିଲିଜ ହେଲା ଅମିର ଖାନ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମର ଧମାକାଦାର ଟ୍ରେଲର ।

DNA India
0 39

ଦଙ୍ଗଲ ପରି ସୁପରହିଟ ଫିଲ୍ମ ଦେବା ପରେ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ପୁଣିଥରେ ସେହି ସଫଳତାକୁ ଦେହରାଇବା ପାଇଁ ପ୍ରସ୍ତୁତି କରିଛନ୍ତି । ନିଜର ଆଗାମୀ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନରେ ଅମିର ପ୍ରମଥ ଥର ପାଇଁ ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ନଜର ଆସିବେ । ଫିଲ୍ମରେ ସମସ୍ତଙ୍କର ଲୁକ ସାମ୍ନାକୁ ଆସିବା ପରେ କିଛି ସମୟ ପୂର୍ବରୁ ଫିଲ୍ମର ଅଫିସିଆଲ ଟ୍ରେଲର ରିଲିଜ ହୋଇଛି ।

ଇଷ୍ଟ ଇଣ୍ଡିଆ କମ୍ପାନୀ ୧୭୯୫ରେ ବ୍ୟବସାୟ କରିବା ପାଇଁ ଭାରତ ଆସିବା ପରେ କପରି ଭରତୀୟ ମାନଙ୍କୁ ନିଜର ଗୁଲାମ ବନାଇଥିଲା ତାହା ଟ୍ରେଲରରେ ଦେଖିବାକୁ ମିଳିଛି । କିନ୍ତୁ କିଛି ଲୋକ ଗୁଲାମି କରିବା ବଗଦଳରେ ତାଙ୍କ ସହିତ ଲଢିଛନ୍ତି । ଟ୍ରେଲରରେ ଧମାକାଦାର ଆକ୍ସନ ସହିତ ରୋମାଂଚ ମଧ୍ୟ ଦେଖିବାକୁ ମିଳିଛି ।

ଟ୍ରେଲରରେ ଅମିତାଭ ବଚ୍ଚନ, ଅମିର କାନ, କ୍ୟାଟ୍ରିନା କୈଫ ଏବଂ ଫାତିମା ଶନା ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି । ମାତର କିଛି ମିନିଟରେ ଟ୍ରେଲରକୁ ୭୪ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ଧକାକାଦାର ଟ୍ରେଲର ପରେ ଏବେ ଫିଲ୍ମ ରିଲିଜକୁ ଆପେକ୍ଷା । ଫିଲ୍ମ ନଭେମ୍ବର ୮ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More