Only for Entertainment

ସମସ୍ତଙ୍କ ସାମ୍ନାରେ ଅନୁପ ଜଲୋଟାଙ୍କୁ କିସ୍ କଲେ ପ୍ରେମିକା ଜସଲିନ, ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତ ପ୍ରତିଯୋଗୀ ।

zeenews
0 37

ଟିଭି ଦୁନିଆର ସବୁଠାରୁ କଣ୍ଟ୍ରୋଭର୍ସିଆଲ ଶୋର ୧୨ତମ ସିଜିନ ଆରମ୍ଭ ହୋଇଯାଇଛି । ଚଳିତ ସିଜିନରେ ପ୍ରଥଥର ପାଇଁ ପ୍ରତିଯୋଗୀ ମାନେ ଯୋଡି ଏବଂ ସିଙ୍ଗଲରେ ଭାଗ ନେଇଛନ୍ତି । ଏହି ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ପ୍ରେମିକା ଜସଲିନ ମଥାରୁ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଯୋଡିଙ୍କର ଏକ ଭିଡିଓ ଚ୍ୟାନେଲର ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ପ୍ରମୋ ଭିଡିଓରେ ଜସଲିନ ବିଗବସର ଘରେ ଅନ୍ୟ ସଦସ୍ୟଙ୍କ ସାମ୍ନାରେ ଅନୁପ ଜଲୋଟାଙ୍କୁ କିସ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଜସଲିନ ଅନୁପ ଜଲୋଟାଙ୍କୁ କହୁଛନ୍ତି, ମୁଁ ଆଜି ଆପଣଙ୍କୁ ଏକ କଥା କହିବି ଏହା ଆପଣଙ୍କୁ ପାଳନ କରିବାକୁ ପଡିବ । ଆପମ କିଛି କରିବେ ନାହିଁ କି ଏହାକୁ ଲିଭାଇବେ ନାହିଁ । ଏହା ପରେ ଜସଲିନ ଅନୁପ ଜଲୋଟାଙ୍କ ମଥାରେ ଏବଂ ଗାଲରେ କିସ କରି ଲିପଷ୍ଟିକର ଦାଗ ଛାଡି ଦିଅନ୍ତି । ଏହା ସବୁ ଦେଖିବା ପରେ ବାକି ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହ ପରେ ଅନୁପ ଜଲୋଟା କୁହନ୍ତୁ ଏବେ ଏହି ଦାଗ ପୁରା ଦିନ ରହିବ ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More