ଆଜି ହିଁ ଟ୍ରାଏ କରନ୍ତୁ ମସରୁମ କଟଲେଟ, ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ
ସାମଗ୍ରୀ
୪୦୦ଗ୍ରାମ ମସରୁମ, ୧ କପ୍ ପିଆଜ (କଟା ହୋଇଥିବା), ୨ ଟେବୁଲ ଚାମଚ ତେଲ, ୧ ଟେବୁଲ ଚାମଚ ଜିରା, ୨ ଟେବୁଲ ଚାମଚ ଅଦା, ଛୋଟ କଟା ହୋଇଥିବା, ୧ କପ୍ ଆଳୁ(ସିଝା ଚକଟା ହୋଇଥିବା), ୨ ଟେବୁଲ ଚାମଚ ଧନିଆ ପାଉଡର, ୨ ଟେବୁଲ ଚାମଚ ଆମଚୁର ପାଉଡର, ସ୍ବାଦାନୁସାରେ ଲୁଣ, ୨ ଟେବୁଲ ଚାମଚ କଞ୍ଚା ଲଙ୍କା, ୨ ଅଣ୍ଡା, ୧/୨ କପ୍ ମଇଦା, ବ୍ରେଡ ଗୁଣ୍ଡ
ପ୍ରଣାଳୀ
ଗୋଟିଏ ପ୍ୟାନରେ ୨ ବଡ ଚାମଚ ତେଲ ଗରମ କରନ୍ତୁ, ଏଥିରେ ଜିରା ଏବଂ ଅଦା ପକାନ୍ତୁ। ଏହାକୁ ସାମାନ୍ୟ ଫ୍ରାଇ କରନ୍ତୁ ଏବଂ ଏଥିରେ ମସରୁମ ପକାନ୍ତୁ। ଏଥିରେ ସାମାନ୍ୟ ତେଲ ପକାନ୍ତୁ । ଯେତେବେଳେ ଏହା ଥଣ୍ଡା ହୋଇଯିବ ଏଥିରେ ଆଳୁ ମିଶାନ୍ତୁ । ଏଥିରେ କଟଲେଟର ଆକାର ଦେଇଦିଅନ୍ତୁ। ଏହାପରେ ମଇଦା ପକାନ୍ତୁ ଏହାପରେ ଅଣ୍ଡାରେ ବୁଡାନ୍ତୁ। ପରେ ବ୍ରେଡ ଗୁଣ୍ଡରେ ବୁଡାଇ ତେଲରେ ଛାଣନ୍ତୁ। ଏହା ଭଲଭାବେ ଫ୍ରାଇ ହୋଇଗଲା ପରେ ଏହାକୁ ବାହାରକୁ ବାହାର କରି ସର୍ଭ କରନ୍ତୁ।