Only for Entertainment

ପ୍ରଧାନମନ୍ତ୍ରୀଙ୍କ ନାମ ଅନୁସାରେ ପୁଅର ନାମ ପ୍ରଥମେ ରଖିଥିଲେ ମୋଦି, ଏବେ ବଦଳାଇ ରଖିଲେ ‘ମହମ୍ମଦ ମୋଦି’ !

46

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଏବଂ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାର ଏକ ମୁସଲମାନ ପରିବାର ନିଜ ନବଜାତ ଶିଶୁର ନାମ ପ୍ରଧାନମନ୍ତ୍ରୀଙ୍କ ନାମ ଅନୁସାରେ ‘ ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବା କଥା କହିଥିଲେ। ଏଥିସହିତ ସହାୟକ ବିକାଶ ଅଧିକାରୀ (ପଞ୍ଚାୟତ) ଏହି ପ୍ରସ୍ତାବର ଶପଥ ପତ୍ର ଶିଶୁର ନାମ ପରିବାର ରେଜିଷ୍ଟରରେ ଦାଖଲ କରି ଜନ୍ମ ପ୍ରମାଣ ପତ୍ର ଜାରି କରିବା ପାଇଁ ଅନୁରୋଧ କରିଥିଲେ।

ଏବେ ଏହି ମୁସଲମାନ ମହିଳା ନିଜ ଶିଶୁର ନାମ ବଦଳାଇ ‘ମହମ୍ମଦ ଅଲତାଫ ଆଲମ ମୋଦି’ ରଖିବା କଥା କହିଛନ୍ତି। ଶିଶୁର ଜନ୍ମଦିନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଶିଶୁର ମା’ ଜନ୍ମତିଥି ମଇ ୨୩ ବୋଲି କହିଥିଲେ, କିନ୍ତୁ ଏବେ କୁହାଯାଉଛି କି ନବଜାତ ଶିଶୁର ଜନ୍ମ ମଇ ୧୨ ତାରିଖରେ ହୋଇଥିଲା।

ସୂଚନାଯୋଗ୍ୟ, ଜିଲ୍ଲାର ବଜିରଗଞ୍ଜ କ୍ଷେତ୍ର ଅନ୍ତର୍ଗତ ପରସାପୁର ମହରୋର ନିବାସୀ ମହମ୍ମଦ ଇଦରିସଙ୍କ ପୁତ୍ରବଧୂ ମୋନଜ ବେଗମଙ୍କ ଏକ ଶିଶୁ ହୋଇଥିଲା। ଗତ ମଇ ୨୩ରେ ମତଗଣନା ଦିନ ଶିଶୁର ନାମକରଣର ଚର୍ଚ୍ଚା ହୋଇଥିଲା। ଏହି ସମୟରେ ମହିଳା ନିଜ ନବଜାତ ଶିଶୁର ନାମ ନରେନ୍ଦ୍ର ଦାମୋଦର ଦାସ୍‌ ମୋଦି ରଖିବାର ଜିଦ ଧରି ରଖିଥିଲେ। ପ୍ରଥମେ ଲୋକେ ଏହାକୁ ବୁଝିବାକୁ ପ୍ରୟାସ କରିଥିଲେ। କିନ୍ତୁ ସମାଜର ନିନ୍ଦା ଭୟରେ ମହିଳା ମହମ୍ମଦ ଅଲତାଫ ଆଲମ ମୋଦି ରଖିଥିଲେ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More