Only for Entertainment

ହ୍ୱିଲଚେୟାରରେ ବସି ନାଗିନ ଡ୍ୟାନ୍ସ କଲେ ଏହି ଅଭିନେତ୍ରୀ, ଭିଡିଓ ହେଉଛି ଭାଇରାଲ

zee news
0 57

ଟିଭି ଜଗତର ଫେସମ ଅଭିନେତ୍ରୀ କରିଶ୍ମା ତନ୍ନା ଖୁବ ଶୀଘ୍ର ନାଗିନ-୩ ରେ ନଜର ଆସିବେ । ଏହି ସିରିଏଲରେ ସେ ପ୍ରଥମ ଥର ପାଇଁ ନାଗିନ ଚରିତ୍ରରେ ନଜର ଆସିବେ । କରିଶ୍ମାଙ୍କ ଏହି ଶୋ’ ଖୁବ ଶୀଘ୍ର ଅନ ଏୟାର ହେବାକୁ ଯାଉଛି । ନିକଟରେ କରିଶ୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ହ୍ୱିଲଚେୟାରରେ ଉପରେ ବସି ନାଗିନ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

 

ଏହି ଭିଡିଓକୁ ଫରାହ ଖାନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ କରିଶ୍ମା ଫରାହଙ୍କ ହ୍ୱିଲଚେୟାରରେ ବସି ଶ୍ରୀଦେବୀଙ୍କ ଫିଲ୍ମ ‘ନାଗିନ’ର ଗୀତ ‘ମେଁ ତେରା ଦୁଶ୍ମନ, ଦୁଶ୍ମନ ତୁ ମେରା’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବେ ଫରାହଙ୍କ ଗୋଡ ଫ୍ୟାକଚର ହୋଇଯାଇଥିଲା ଏବଂ ଏହା ପର ଠାରୁ ସେ ହ୍ୱିଲ ଚେୟାରରେ ଅଛନ୍ତି । ଇତି ମଧ୍ୟରେ ବଲିଉଡ ଜଗତର ଅନେକ କଳାକାର ଫରାହଙ୍କ ଘରକୁ ଯାଇ ତାଙ୍କୁ ଦେଖା କରିଛନ୍ତି । କରିଶ୍ମା ମଧ୍ୟ ଫରାହଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More