Only for Entertainment

navaratri 2018: ନବରାତ୍ରରେ ଏହି ସମୟରେ କରନ୍ତୁ କଳସ ସ୍ଥାପନା, ଜାଣନ୍ତୁ କଳସ ସ୍ଥାପନା କରିବାର ସଠିକ ନିୟମ !

88

ଶାରଦୀୟ ନବରାତ୍ର ଆରମ୍ଭ ବୁଧବାର ଠାରୁ । ଜ୍ୟୋତିଷଙ୍କ ଏଠାରେ ମାନ୍ୟତା ରହିଛି ଯେ ଦେବୀଙ୍କ ଆଗମନ ନୌକାରେ ହେଉଥିବା କାରଣରୁ ଏହା ଶୁଭ ଅଟେ । ପ୍ରଥମ ଦିନରେ ଲୋକମାନେ କଳସ ସ୍ଥାପନା କରି ନଅ ଦିନ ପର୍ଯ୍ୟନ୍ତ ଦେବୀଙ୍କ ବ୍ରତ ରଖିପାରିବେ ।
ବୁଧବାର ନବରାତ୍ରର ପ୍ରଥମ ଦିନ କଳସ ସ୍ଥାପନା ଶୁଭ ମୁହୁର୍ତ୍ତ ରହିଛି ୧୧.୩୬ରୁ ୧୨.୨୪ଘଂଟା ସମୟ ପର୍ଯ୍ୟନ୍ତ । ମାତ୍ର ଦ୍ୱିପ୍ରହର ୧୨ଟା ପରେ ରାହୁ କାଳ ଲାଗିବା କାରଣରୁ ୧୨ଟା ପର୍ଯ୍ୟନ୍ତ ହିଁ ଆପଣ କଳସ ସ୍ଥାପନା କରିପାରିବେ । ମାତ୍ର ଦ୍ୱିପ୍ରହର ୧୨ଟା ପରେ ରାହୁ କାଳ ଲାଗିବା କାରଣରୁ ୧୨ଟା ପର୍ଯ୍ୟନ୍ତ କଳସ ସ୍ଥାପନା ଅଭିଜିତ ମୁହୁର୍ତ୍ତ ଅଟେ । ଉତ୍ଥାନ ଜ୍ୟୋତିଷ ସଂସ୍ଥା ନିର୍ଦ୍ଧେଶକ ପଣ୍ଡିତ ଦିବାକର ତ୍ରିପାଠୀ ‘ପୂର୍ବାଂଚଳି’ଙ୍କ କହିବା ମୁତାବକ ସକାଳ ୧୧.୩୬ଟାରୁ ୧୨ଟା ପର୍ଯ୍ୟନ୍ତ କଳସ ସ୍ଥାପନା ସବୁଠାରୁ ଭଲ ସମୟ ଅଟେ ।

ପଣ୍ଡିତ ଦିବାକର ତ୍ରିପାଠୀ ‘ପୂର୍ବାଂଚଳୀ’ଙ୍କ ଅନୁସାରେ କଳସ ସ୍ଥାପନାର ସଠିକ ଉପାୟ :

କଳସ ସ୍ଥାପନା ପାଇଁ ମାଟି, ତମ୍ବା କିମ୍ବା ସୁନାର କଳସ ନିଅନ୍ତୁ । ପୂଜା ସ୍ଥଳକୁ ଭଲ ଭାବେ ସଫା କରି ପ୍ରଥମେ ଗାଇ ଗୋବର ରଖନ୍ତୁ , ଏହାପରେ ଚାଉଳ ଏବଂ ଫୁଲ ରଖି କଳସ ସ୍ଥାପନା କରନ୍ତୁ । କଳସରେ ପାଂଚ ପଲ୍ଲବ ଜଳ ଢାଳନ୍ତୁ । କଳସ ଚାରି ପାଶ୍ୱର୍ରେ କଳସ ଲଗାନ୍ତୁ । କଳସ ଉପରେ ଏକ ପାତ୍ର ରଖି କିଛି ଧାନ ଏବଂ ଏହାପରେ ଘିଅ ଦିପ ଜଳାଇ ଷୋଡଶ ଉପଚାର କରି ଦେବୀଙ୍କ ପୂଜା ସଂକଳ୍ପ ନିଅନ୍ତୁ । ଏହାପରେ ପ୍ରଥମେ ଗଣେଷ ଏବଂ ପରେ ଇଷ୍ଟ ଦେବ ଏବଂ ଦେବୀଙ୍କ ଆରାଧନା କରନ୍ତୁ । ଦେବୀଙ୍କ ପାଖରେ ମିଠା ଭୋଗ ଲଗାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More