Only for Entertainment

ଭାଇରାଲ ହେଲା ଡ୍ୟାନ୍ସ ଫ୍ଲୋରରେ ନେହା କକ୍କରଙ୍କ କାରନାମା ।

bollywood tadka
36

ବଲିଉଡ ଏବଂ ପଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବେ ସଫଳତା ଠାରୁ କାହିଁ କେତେ ଉଚ୍ଚରେ । କାହା କେବଳ ତାଙ୍କ ନିଜ ପରିଶ୍ରମରେ ହୋଇପାରିଛି । ନିଜ ଗୀତରେ ସେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । କେବଳ ଗୀତ ନୁହେଁ ନେହା ଏବେ ଡ୍ୟାନ୍ସକୁ ମଧ୍ୟ ନିଜର କରି ସାରିଛନ୍ତି । ନିକଟରେ ପ୍ରଥମ ଥର ସେ ଡ୍ୟାନ୍ସ ଫ୍ଲୋରକୁ ଓହ୍ଲାଇ ନିଜ କିଲିଙ୍ଗ ଅନ୍ଦାଜରେ ଲୋକଙ୍କୁ ଦିୱାନା କରି ସାରିଛନ୍ତି । ସୋସିଆଲ ମିଡିଆରେ ନେହାଙ୍କର ଏହି ଡ୍ୟାନ୍ସ ଭିଡ଼ିଓ ଏବେ ଭାଇରାଳ ହେବାରେ ଲାଗିଛି ।

ନେହା ଗୀତରେ ଯେଉଁ ସଫଳତା ପାଇଛନ୍ତି ତାହା କାହାଠରୁ ମଧ୍ୟ ଅଛପା ନାହିଁ । କିନ୍ତୁ ସେ କେତେ ଭଲ ଡ୍ୟାନ୍ସର ତାହା ବୋଧ ହୁଏ ସମସ୍ତେ ଜାଣି ନାହାଁନ୍ତି । ନେହାଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଟ୍ରିଟ ଠାରୁ କମ ନୁହେଁ । ତାଙ୍କ ଫେଶ ଏକ୍ସପ୍ରେସନର ଅନ୍ଦାଜକୁ ଆପଣ ପସନ୍ଦ ନ କରି ରହିପାରିବେ ନାହିଁ । ନିକଟରେ ନେହାଙ୍କ ସାନ ଭାଇ ଟୋନିଙ୍କର ଏକ ଗୀତ ଲୁଡୋ ରିଲିଜ ହୋଇଛି ଏବଂ ନେହା ସେହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଗୀତର କୋରିଓଗ୍ରାଫର ହେଉଛନ୍ତି ମେଲବିନ ଲୁଇସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More