Only for Entertainment

ଫ୍ରିଜରେ ରଖନ୍ତୁ ନାହିଁ ଏହି ପରିବା ।

tastessence.com
10

ବର୍ଷା ଦିନ ହେଉ ବା ଗ୍ରୀଷ୍ମ ଦିନ ପରିବାକୁ ଅଧିକ ଦିନ ବାହାରେ ସଂରକ୍ଷିତ କରି ରଖାଯାଇପାରିବ ନାହିଁ । ତେଣୁ ରେଫ୍ରିଜରେଟରର ବ୍ୟବହାର କରାଯାଏ । ଏହା ଦ୍ୱାରା ପରିବା ନଷ୍ଟ ହେବ ନାହିଁ ଏବଂ ଅଧିକ ଦିନ ରହିପାରିବ ।ହେଲେ ଏପରି ଏକ ପରିବା ଅଛି ଯାହାକୁ ଫ୍ରିଜରେ ରଖି ଖାଇବା ଶରୀର ପାଇଁ ଖୁବ୍ ହାନିକାରକ ସାବ୍ୟସ୍ତ ହୋଇଥାଏ। ସେହି ପରିବା‌ ହେଉଛି ଆଳୁ।

ଆଳୁ ଏପରି ଏକ ପରିବା ଯାହା ଅଧିକାଂଶ ଖାଦ୍ୟରେ ବ୍ୟବହାର କରାଯାଇଥାଏ। ଆଳୁକୁ କେବଳ ଖାଇବା ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।
ହେଲେ ଏହାକୁ ଫ୍ରିଜ୍ରେ ରଖି ଖାଇବା ଓ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ହୋଇଥାଏ। ଲୋକମାନେ ଅନେକ ସମୟରେ ସିଝା ଆଳୁ କିମ୍ୱା ଆଳୁରୁ ପ୍ରସ୍ତୁତ ଦ୍ରବ୍ୟକୁ ଫ୍ରିଜ୍ରେ ରଖି ଥାଆନ୍ତି। ହେଲେ ସେମାନେ ଏ ବିଷୟରେ ଅବଗତ ନଥା’ନ୍ତି ଯେ, ଆଳୁକୁ ଫ୍ରିଜରେ ରଖି ବ୍ୟବହାର କରିବା ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ।
ଯେବେ ଆପଣ ଆଳୁକୁ ଫ୍ରିଜ୍ ରେ ରଖନ୍ତି, ତାପମାତ୍ରା କମ୍ ହେବା ଯୋଗୁଁ ଆଳୁରେ ଥିବା ଭିଟାମିନ୍ ଓ ପୋଷକ ତତ୍ତ୍ୱ ପ୍ରଭାବିତ ହୋଇଥାଏ।ଏହାପରେ ଆପଣ ସେହି ଆଳୁରେ କୌଣସି ବ୍ୟଞ୍ଜନ ତିଆରି କରିବା ସମୟରେ ଆଳୁ ଏମିନୋଏସିଡ୍ ସହିତ ମିଶି ଏକ୍ରିଲାମାଇଲଡ୍ ନାମକ କ୍ୟାମିକାଲ୍ ଉତ୍ପାଦନ କରିଥାଏ। ଯାହା ଦ୍ବାରା କର୍କଟ ରୋଗ ହୋଇଥାଏ।
ଏକ୍ରିଲାମାଇଲଡ୍ କ୍ୟାମିକାଲର ବ୍ୟବହାର କାଗଜ ଏବଂ ପ୍ଲାଷ୍ଟିକ୍ ତିଆରି ପାଇଁ କରାଯାଇଥାଏ। ଏହା ସହିତ ପାଣିକୁ ସଫା କରିବା ପାଇଁ ଏହି ଏସିଡ଼୍ ର ବ୍ୟବହାର କରାଯାଏ।
ଯେତେବେଳେ ଫ୍ରିଜ୍ ରେ ରଖାଯାଇଥିବା କୌଣସି ଖାଦ୍ୟପଦାର୍ଥକୁ ଉଚ୍ଚ ତାପମାତ୍ରାରେ ଗରମ କରାଯାଇଥାଏ, ସେହି ସମୟରେ ଏହି କ୍ୟାମିକାଲର ଉତ୍ପାଦନ ହୋଇଥାଏ। ଆଳୁରେ ଏହି କ୍ୟାମିକାଲର ପ୍ରଭାବକୁ କମ୍ କରିବା ପାଇଁ ଆଳୁକୁ ଫ୍ରିଜରେ କେବେହେଲେ ରଖନ୍ତୁ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More