Only for Entertainment

ଆପଣ ମଧ୍ୟ ବେଡରୁମରେ ଏହି ଜିନିଷ ରଖୁଛନ୍ତି କି?

47

ବାସ୍ତୁ ଶାସ୍ତ୍ର ଅନୁସାରେ ନବବିବାହିତ ଦମ୍ପତି ନିଜ ବେଡ୍‌ରୁମ୍‌ରେ ଏକରୁ ଅଧିକ ଗଦି ରଖିବା ଉଚିତ୍‌ ନୁହେଁ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବାଣ୍ଟି ହୋଇ ଯାଇଥାଏ ଏବଂ ଦୂରତା ବଢ଼ିଥାଏ।

ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତି ନିଜ ରୁମ୍‌ରେ ଅଧିକ ଆଲୋକ ଦେଉଥିବା ବଲ୍ବ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ିଥାଏ। ଏଥିପାଇଁ ବେଡ୍‌ରୁମ୍‌ରେ ହାଲ୍‌କା ଗ୍ରୀନ୍‌, ବ୍ଲୁ ଓ ପିଙ୍କ୍‌ କଲର୍‌ର ବତୀ ଲଗାନ୍ତୁ।

ବାସ୍ତୁ ଏହା ମଧ୍ୟ କୁହାଯାଇଛି ଯେ, ନବବିବାହିତ ଦମ୍ପତି ନିଜ ବେଡ୍‌ରୁମ୍‌ରେ ଇଲେକ୍ଟ୍ରୋନିକ ଉପକରଣ ରଖନ୍ତୁ ନାହିଁ, ଏହାଦ୍ୱାରା ରୁମ୍‌ରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

ଏହା ସହିତ ରୁମ୍‌ରେ ଜୋତା କିମ୍ୱା ଚପଲ ରଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଏହା ଦ୍ୱାରା ଦମ୍ପତିଙ୍କ ମୁଡ୍‌ ଖରାପ ହୋଇଥାଏ ଓ ସର୍ବଦା କଳହ ଲାଗି ରହିଥାଏ।

ଯଦି ଆପଣ ଆଇନା ରୁମ୍‌ରେ ରଖୁଛନ୍ତି,ମନେ ରଖନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବେଡ୍‌ ସାମ୍ନାରେ ରହିବା ଉଚିତ୍‌ ନୁହେଁ। ବାସ୍ତୁ ଅନୁସାରେ ଆଇନାକୁ ବେଡ୍‌ ପାଖରେ ବା ସାମ୍ନାରେ ରଖିଲେ,ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More