Only for Entertainment

ଓଟସ ଇଡଲୀ ସ୍ଵାଦିଷ୍ଟ ସହିତ ଶକ୍ତି ଦାୟକ ମଧ୍ୟ ।

Archana's Kitchen
0 42

ସାମଗ୍ରୀ:

୨ କପ ଓଟସ , ୧ କପ ସୁଜି, ୨ କପ ପାଣି , ଅଳ୍ପ କଟା ଗାଜର, ଅଳ୍ପ ଦହି, ୧ଚାମଚ ଖାଇବା ସୋଡା, ଚିନି , ଗ୍ରୀନ ମଟର , ୧ ଚାମଜ ଗୋଟା ସୋରିଷ, ଜୀରା, ଅଦା , ତେଜ ପତ୍ର , ହେଙ୍ଗୁ , ଅଦା , କାଜୁ, ଧଣିଆପତ୍ର ଅଳ୍ପ, ତେଲ , ଚଣା ଓ ହରଡ ଡାଲି ଅଳ୍ପ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପ୍ୟାନ ଗରମ କରି ସେଥିରେ କିଛି ତେଲ ପକାନ୍ତୁ । ତେଲ ଭଲ ଭାବେ ଗରମ ହେଲେ ଜୀରା ,ସୋରିଷ ,ଡାଲି , ତେଜ ପତ୍ର , ହେଙ୍ଗୁ , ଅଦା ପକାଇ ସୁନେଲି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜି ସେଥିରେ ସୁଜି ଓ ଓଟସ ପାଉଡର ମିଶାଇ ସାମାନ୍ୟ ଭାଜନ୍ତୁ । କିଛି ଲୁଣ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ଏଥିରେ କିଛି ପାଣି ଓ ଦହି ପକାଇ ଭଲ କରି ଗୋଳାଇ ଦିଅନ୍ତୁ । ଏବେ ଏଥିରେ ଅଳ୍ପ ଖାଇବା ସୋଡା , କଟା କାଜୁ, ଗାଜର ଗ୍ରୀନ ମଟର ପକାଇ ଗୋଳାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ଘୋଳ । ଏହାପରେ ଇଡଲୀ ଛାଞ୍ଚ ଗରମ କରି ସେଥିରେ ଘୋଳ କିଛି କିଛି ଦେଇ ଢାଙ୍କୁଣୀ ବନ୍ଦ କରନ୍ତୁ । ମାଧ୍ୟମ ଆଞ୍ଚରେ ୧୧ ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଆଞ୍ଚ ବନ୍ଦ କରି ଥଣ୍ଡା ହେଲାପରେ ଢାଙ୍କୁଣୀ ଖୋଲି ଚାମଚ ସାହାଯ୍ୟରେ ଇଡଲୀକୁ କାଢନ୍ତୁ । ଏହାକୁ ଏବେ ସମ୍ବର ଓ ସହ ଖୁଆନ୍ତୁ । ଏହା ଯେତିକି ସ୍ଵାଦିଷ୍ଟ ସେତିକି ସ୍ଵାସ୍ଥ୍ୟକର ଓ ଶକ୍ତି ଦାୟକ ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More