Only for Entertainment

ଗୁରୁତର ହେଲା ବାଜପେୟୀଙ୍କ ଅବସ୍ଥା,ଅଳ୍ପ ସମୟ ମଧ୍ୟରେ ଏମସରେ ପହଂଚିବେ ପିଏମ ମୋଦି ।

amarujala.com
0 31

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ୨୪ ଘଂଟା ମଧ୍ୟରେ ଗୁରୁତର ହୋଇଛି । ତାଙ୍କୁ ଏମସରେ ଆଇସିୟୁରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏପର୍ଯ୍ୟନ୍ତ କୌଣସି ସୁଧାର ଆସିନାହିଁ । ଏମ୍ସ ତରଫରୁ ବାଜପେୟୀଙ୍କର ନୂଆ ହେଲ୍ଥ ବୁଲେଟିନ ଜାରି କରାଯାଇଛି । ସେଥିରେ କୁହାଯାଇଛିଯେ ତାଙ୍କ ସ୍ଥିତି ପୂର୍ବଭଳି ଗମ୍ଭୀର ରହିଛି ।

 

ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ଶୀଖର ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖିବା ପାଇଁ ପୁଣିଥରେ ଏମ୍ସ ଯିବେ । ଏମ୍ସରେ ଉପସ୍ଥିତ ଭାଜପା ଅଧ୍ୟକ୍ଷ ଅମିତ ଶାହ ବାଜପେୟୀଙ୍କୁ ଦେଖାକରି ଭାଜପା ଅଫିସକୁ ଫେରି ଯାଇଛନ୍ତି ।

 

କହିରଖୁଛୁଯେ ଅମିତ ଶାହଙ୍କ ସମେତ ହସ୍ପିଟାଲରେ ସକାଳୁ ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନି ଉପସ୍ଥିତ ଥିଲେ । ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସକାଳେ ଏମ୍ସ ଯାଇଥିଲେ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚରାଉଚରା ପାଇଁ । ୯୩ ବର୍ଷୀୟ ବାଜପେୟୀ କିଡ଼ନୀ ଟ୍ରାକ୍ଟ ଇନଫେକସନ,ୟୁରିନ ଟ୍ରାକ୍ଟ ଇନଫେକସନ ଏବଂ ପରିଶ୍ରା ଆଦି ସମସ୍ୟାରେ ପିଡ଼ିତ ଥିଲେ । ଜୁନ ୧୧ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେବଳ ସେତିକି ନୁହେଁ ସେ ମଧୁମେହରେ ପିଡ଼ିତ ଥିଲେ ଏବଂ ତାଙ୍କର କୋଟିଏ କିଡ଼ନୀ କାମ କରୁଥିଲା । ୨୦୦୯ରେ ଏକ ଆଘାତରେ ସେ ଲୋକଙ୍କୁ ଚିହ୍ନିବା ଆଦି ସମସ୍ୟାରେ ଗତି କରୁଥିଲେ । ପରେ ସେ ଡିମେଶିୟାରେ ପିଡ଼ିତ ହେଲେ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ହାଲଚାଲ ପଚାରିବା ପାଇଁ ଏମ୍ସ ଯାଇଥିଲେ । ମୋଦିଙ୍କ ବ୍ୟତୀତ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା,ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ,ରେଳ ମନ୍ତ୍ରୀ ପିୟୁଷ ଗୋୟଲ,କେନ୍ଦ୍ରୀୟ କପଡ଼ା ମନ୍ତ୍ରୀ ସ୍ମୃତି ଈରାନୀ,ବିଜ୍ଞାନ ଏବଂ ପର୍ଯ୍ୟାବରଣ ମନ୍ତ୍ରୀ ହର୍ଷବର୍ଦ୍ଧନ ସିଂ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ହସ୍ପିଟାଲ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More