Only for Entertainment

ପାକିସ୍ତାନୀ ନେତା ଖୁରମ ନବାଜ ବିମାନ ଲ୍ୟାଣ୍ଡିଂ ଗେମ ଭିଡିଓକୁ ଅସଲି ଭାବି କଲେ ଟ୍ୱିଟ, ଟ୍ରୋଲର ହେଲେ ଶିକାର !

36

ପାକିସ୍ତାନର ଜଣେ ନେତା ଫ୍ଲାଇଟ ଲ୍ୟାଣ୍ଡିଂ ଗେମ ଭିଡିଓକୁ ଅସଲି ଭାବି ଟ୍ୱିଟରରେ ଶେୟାର କରିଦେଲେ ଏବଂ ଏହିକାରଣରୁ ୟୁଜର୍ସ ତାଙ୍କୁ ଖୁବ ଟ୍ରୋଲ କରିଛନ୍ତି । ଅସଲରେ ପାକିସ୍ତାନୀ ନେତା ଖୁରମ ନବାଜ ଗଣ୍ଡପୁର ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଫ୍ଲାଇଟ ଲ୍ୟାଣ୍ଡିଂ ହେଉଛି ଏବଂ ସେହି ସମୟରେ ରନୱେରେ ଏକ ତେଲ ଟ୍ୟାଙ୍କର ଅତିକ୍ରମ କରୁଛି । ଭିଡିଓରେ ଟ୍ୱିଟ କରିଥିବା ଖୁରମ ନବାଜ କ୍ୟାପଶନରେ ଲେଖିଛନ୍ତି ଯେ , ଏୟାରକ୍ରାଫ୍ଟ ବଂଚିଗଲା ନହେଲେ ବଡ ଦୁର୍ଘଟଣା ହୋଇଯାଇଥାଆନ୍ତା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଯଦିଓ ଏହି ଭିଡିଓ ଅସଲି ନୁହେଁ , ଏହା ଏକ ଭିଡିଓ ଗେମର ଭିଡିଓ ଅଟେ । କିନ୍ତ ପାକିସ୍ତାନ ସେକ୍ରେଟାରୀ ଜନରଲ ଖୁରମ ନବାଜ ଏହାକୁ ଅସଲି ଭାବି ଟ୍ୱିଟରରେ ଶେୟାର କରି ଟ୍ରୋଲର ଶିକାର ହୋଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More