Only for Entertainment

ଅଡୁଆରେ ଫିଲ୍ମ ତାଣାହାଜୀ, କୋର୍ଟର ଦ୍ୱାରସ୍ଥ ହେଲେ କୋଲି ରାଜପୁତ ବଂଶ !

36

ଟ୍ରେଲର ଓ ଗୀତକୁ ନେଇ ବେଶ କିଛି ଦିନ ହେବ ଅପକମିଂ ସିନେମା ତାଣାହାଜୀ ଚର୍ଚ୍ଚାରେ ରହିଥିବାବେଳେ ଏବେ ସମସ୍ୟାର ସମ୍ମୁଖୀନ ହୋଇଛି । ଫିଲ୍ମରେ ସ୍ଥାନ ପାଇଥିବା କାହାଣୀକୁ ନେଇ ଆପତ୍ତି ପ୍ରକାଶ କରିଛି ଅଖିଳ ଭାରତୀୟ କୋଲି ରାଜପୁତ ସଂଘ । ଅଭିଯୋଗ ହୋଇଛି କି ତାଣାହାଜୀ ମାଲସୁରେଙ୍କ ପ୍ରକୃତ ବଂଶଜଙ୍କୁ ଫିଲ୍ମରେ ସ୍ଥାନ ଦିଆଯାଇନାହିଁ ଓ କାହାଣୀରେ କିଛି ତ୍ରୁଟି ମଧ୍ୟ ରହିଛି । ଏନେଇ ସଂଘ ଦିଲ୍ଲୀ ହାଇକୋର୍ଟରେ ଆବେଦନ ମଧ୍ୟ କରିଛି । ମାମଲା ଉପରେ ଡିସେମ୍ବର ୧୯ରେ ଶୁଣାଣୀ କରିବେ କୋର୍ଟ ।

୧୭ଶହ ଶତାଦ୍ଦୀକୁ ନେଇ ନିର୍ମିତ ହୋଇଛି ଏହି ହିଷ୍ଟୋରୀକାଲ ବଲିଉଡ ସିନେମା । ଯେଉଁଥିରେ ମରାଠା ଓ ମୁଗଲ ଶାସକଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧକୁ ସ୍ଥାନ ଦିଆଯାଇଛି । ମରାଠା ଶାସକ ଛତ୍ରପତୀ ଶିବାଜୀଙ୍କ ଘନିଷ୍ଠ ବନ୍ଧୁ ତାଣାହାଜୀ ମାଲସୁରେଙ୍କ ଭୁମିକାରେ ଅଜୟ ଦେବଗନଙ୍କ ଅଭିନୟ ରହିଛି । ସେହିପରି କାଜୋଲ ଓ ସୈଫ ଅଲ୍ଲୀ ଖାନଙ୍କ ପ୍ରମୁଖ ଭୁମିକାରେ ଅଭିନୟ ରହିଛି । ଆସନ୍ତାବର୍ଷ ଜାନୁଆରୀ ୧୦ରେ ପରଦାରେ ରିଲିଜ ହେବ ତାଣାହାଜୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More