ପ୍ରତିଦିନ କିଛି ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ମିଳିଲେ ମନ ଖୁବ ପ୍ରସନ୍ନ ରହିଥାଏ । କାରଣ ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ ବିରକ୍ତି ଲାଗିବା ସାଧାରଣ କଥା । ତେବେ ଗୋଟିଏ ପରିବାକୁ ବ୍ୟବହାର କରି ମଧ୍ୟ ବିଭିନ୍ନ ରୋଷେଇ କରାଯାଇପାରିବ । ସେହିଭଳି ନନଭେଜରେ ମଧ୍ୟ ବିଭିନ୍ନ ସ୍ଥାନର ବିଭିନ୍ନ ରେସିପି ରହିଛି । ଯାହାକୁ ଜାଣିଲେ ଆପଣ ମଧ୍ୟ ଘରେ ତାହା ପ୍ରସ୍ତୁତ କରିପାରିବେ । ତେବେ ଚାଲନ୍ତୁ ଜାଣିବା ଅମୃତସର ଫିସ ଫ୍ରାଏର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକୀୟ ସାମଗ୍ରୀ- ମାଛ ୬୦୦ ଗ୍ରାମ,୧ ଚାଚ ଲେମ୍ବୁ ରସ,୧ ଚାମଚ ଅଦା ବଟ,୧ ଚାମଚ ରସୁଣ ବଟା,ବେସନ ୧୧୦ ଗ୍ରାମ,ତୈଳ,ଜୁଆଣି,ଅଣ୍ଡା ୧ଟା,ଦହି ୧୩୦ ଗ୍ରାମ, ଚାଉଳ ଗୁଣ୍ଡ ୨ ଚାମଚ ଓ ଲୁଣ ସ୍ୱଦନୁସାରେ ।
ପ୍ରସ୍ତୁତି ପ୍ରଣାଳୀ- ଏକ ବାଉଲରେ ମାଛ,ଲେମ୍ବୁ ରସ,ଲଙ୍କା ଗୁଣ୍ଡ,ଅଦା ଓ ରସୁଣ ବଟା ଓ ଲୁଣ ପକାଇ ମ୍ୟାରିନେଟ କରନ୍ତୁ ।
ପରେ ସେଥିରେ ଭିନେଗାର, ଗ୍ରାମ ବେସନ,ଜୁଆଣି,ଅଣ୍ଡା,ଦହି ଓ ଚାଉଳ ଗୁଣ୍ଡ ପକାଇ ମିଶାନ୍ତୁ । ୧୫ ମିନିଟ ପରେ ଏହାକୁ ତେଲ ଗରମ କରି ଛାଣନ୍ତୁ ।