Only for Entertainment

ଜାତୀୟ ସଙ୍ଗୀତ ଗାନ ସମୟରେ ହଠାତ ପଡ଼ିଗଲେ ମହିଳା କର୍ମୀ, ଦରିଆ ଦିଲ ଦେଖାଇ ପହଂଚିଗଲେ ରାଷ୍ଟ୍ରପତି କୋବିନ୍ଦ

14

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳାବାରକୁ ଏକ କାର୍ଯ୍ୟକ୍ରମ ଜରିଆରେ ମାନବିକତାର ପରିଚୟ ଦେଇ ମଂଚରୁ ଓହ୍ଲାଇ ଏକ ମହିଳା ପୋଲିସ କର୍ମୀଙ୍କୁ ସାକ୍ଷାତ କଲେ, ଯିଏ ଗୋଡ଼ ମୋଡ଼ି ହୋଇ ପଡ଼ି ଯାଇଥିଲେ । ମହିଳା ସୁରକ୍ଷାକର୍ମୀ ବିଜ୍ଞାନ ଭବନରେ ରାଷ୍ଟ୍ରୀୟ ସିଏସଆର ପୁରସ୍କାର ସମାରୋହରେ ଛିଡ଼ା ହୋଇଥିଲେ ।

ଖବର ମୁତାବକ ଜାତୀୟ ସଙ୍ଗୀତ ବାଜିବା ମାତ୍ରେ ମହିଳା ଜଣକ ହଠାତ ପଡ଼ିଗଲେ ଏବଂ ତଳେ ବସିଗଲେ । ଗୀତ ଶେଷ ହେବା ପରେ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସହିତ କିଛି କଥା ହେଲେ ଏବଂ ସୁରକ୍ଷାକର୍ମୀଙ୍କ ସହିତ ମଂଚ ତଳକୁ ଆସିଲେ ଏବଂ ମହିଳା ସୁରକ୍ଷାକର୍ମୀଙ୍କ ସହିତ କଥା ହେଲେ ଏବଂ ଅନୁରାଗ ତାଙ୍କୁ ପାଣି ବୋତଲ ଦେଲେ । ତେବେ ରାଷ୍ଟ୍ରପତିଙ୍କ ଏଭଳି କାମକୁ ଖୁବ ପ୍ରଶଂସା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More