Only for Entertainment

ଗୋଲ୍ଫର ରାଷ୍ଟ୍ରୀୟ ଖେଳାଳୀ ଥିଲେ ବଲିଉଡର ଏହି ଅଭିନେତ୍ରୀ !

jagran
0 97

୨୦୧୪ରେ ରିଲିଜ ହୋଇଥିବା ‘ୟାରିଆଁ’ଫିଲ୍ମରେ ପ୍ରଥମଥର ବଲିଉଡରେ ପାଦ ରଖିଥିବା ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଗୋଲ୍ଫରେ ରାଷ୍ଟ୍ରୀୟ ପ୍ଲେୟର ରହି ସାରିଲେଣି । ଏହି ଖବର ସେ ଏକ ହିନ୍ଦୀ ଫିଲ୍ମର ପ୍ରମୋଶନ ସମୟରେ ମିଡିଆରେ କହିଥିଲେ । ସେ କହିଥିଲେ ବଲିଉଡରେ ଆସିବା ପୂର୍ବରୁ ଗୋଲ୍ଫ ତାଙ୍କ ପ୍ରଥମ ପ୍ରେମ ଥିଲା । ସେ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ଖେଳିଥିବା କହିଥିଲେ । ଏହି ପେଶାରେ ସେ ଆଗକୁ ଯିବାକୁ ଚାହିଥିଲେ ସତ ଭାଗ୍ୟର ବିଡମ୍ବନା ଅନ୍ୟ ଦିଗକୁ ଦର୍ଶାଉଥିଲା । କିନ୍ତୁ ଏହାର ଅର୍ଥ ନୁହେଁ କି ସେ ଗୋଲ୍ଫ ପ୍ରତି ଥିବା ପ୍ରେମକୁ ଭୂଲିଗଲେଣି ବୋଲି ରାକୁଲ କହିଛନ୍ତି । ସେ ଏବେ ମଧ୍ୟ ଗୋଲ୍ଫ ଅଭ୍ୟାସ କରୁଛନ୍ତି ।

ଫିଲ୍ମରୁ ଫ୍ରି ହେଲେ ସେ ତାଙ୍କ ଅଭ୍ୟାସ କରିଥାଆନ୍ତି । ସେ ଗୋଲ୍ଫରେ ଭାରତର ନାଁ ରଖିବେ ବୋଲି ତାଙ୍କର ଏବେ ମଧ୍ୟ ଆଶା ରହିଛି । ରାକୁଲଙ୍କ ଜନ୍ମ ୧୦ଅକ୍ଟୋବର ୧୯୯୦ରେ ନୂଆଦିଲ୍ଲୀର ପଞ୍ଜାବୀ ପରିବାରରେ ହୋଇଥିଲା ।

ତାଙ୍କ ପିତା ରାଜେନ୍ଦ୍ର ସିଂ ଇଣ୍ଡିଆନ ଆର୍ମିରେ କାର୍ଯ୍ୟରତ ଏବଂ ମା ଗୃହିଣୀ ଥିଲେ । ରାକୁଲ ଦିଲ୍ଲୀର ଧୌଳାକୁଆ ଆର୍ମି ପବ୍ଲିକ ସ୍କୁଲରେ ପଢୁଥିଲେ ସେହିଠାରୁ ହିଁ ସେ ଗୋଲ୍ଫ ଖେଳାଳୀ ଭାବେ ରାଷ୍ଟ୍ରୀୟ ସ୍ତରରେୂ ଖେଳିଥିଲେ । ସେ ଏବେ ତେଲେଙ୍ଗାନା ସରକାରର ‘ବେଟି ବଚାଓ ବେଟି ପଢାଓ’ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More