Only for Entertainment

ଘରୋଇ କଳହକୁ ସର୍ବଦା ପତ୍ନୀ କାହିଁକି ସମାଧାନ କରନ୍ତି ?

tutkatamka
0 56

ସମାଜରେ ଅନେକ ପ୍ରକାରର ସଂପର୍କ ରହିଛି। କେହି କାହାର ପୁଅ ତ ପୁଣି ଏଠି ମାଆ- ଝିଅ ତ ପୁଣି ଭାଇ- ଭଉଣୀ ଭଳି ସଂପର୍କ କଥା କୁହାଯାଇଥାଏ। ଏଠାରେ ସବୁ ସଂପର୍କରେ ମନୋମାଳିନ୍ୟ ବା ମତଭେଦ ରହିଛି। ତା’ସାଙ୍ଗକୁ ଏଠି କଳିକଜିଆ ହେବା ବି ଏକ ସାଧାରଣ କଥା। ଏହି କ୍ରମରେ ପତି ପତ୍ନୀଙ୍କ ସମ୍ପର୍କରେ କଳି ଏକ ମାମୁଲି କଥା। ବେଳେବେଳେ ଏହା ଗମ୍ଭୀର ରୂପ ମଧ୍ୟ ନେଇଥାଏ। ବିଶେଷ କରି ଯେତେବେଳେ ସ୍ୱାମୀ ଘରେ ସୁନ୍ଦରୀ ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥାନ୍ତି, ସେତେବେଳେ ଏହି କଳି ତୀବ୍ର ରୂପ ନେଇଥାଏ। ଏଭଳି ପରିସ୍ଥିତିରେ ସ୍ତ୍ରୀ ସ୍ୱାମୀଙ୍କୁ ଛାଡ଼ିବା ଲାଗି ପ୍ରସ୍ତୁତ ହୁଅନ୍ତି। ଠିକ୍‌ ସେହିପରି ଅନ୍ୟ କୌଣସି ପାରିବାରିକ କାରଣରୁ ବି ଝଗଡ଼ା ସୃଷ୍ଟି ହୋଇଥାଏ। ଯେମିତିକି କେତେକ ସ୍ୱାମୀ ପ୍ରତିଟି କଥାରେ ନିଜ ମାଆଙ୍କର ପରାମର୍ଶ ଲୋଡନ୍ତି। ଏହାକୁ ପତ୍ନୀ ନାପସନ୍ଦ କରନ୍ତି । ଏଣୁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବି ଝଗଡ଼ା ହୋଇଥାଏ।

କିନ୍ତୁ ଆଜି ବି ସମାଜରେ ପତ୍ନୀ ପତିଙ୍କ ଭୁଲ୍‌କୁଅଣଦେଖା କରି ତାଙ୍କୁ ଛାଡ଼ିବାକୁ ରାଜି ହୁଅନ୍ତି ନାହିଁ। ବହୁ କଥା ଚିନ୍ତାପରେ ବି ଏଭଳି ପରିସ୍ଥିତି ଉପୁଜିଲେ ପତ୍ନୀ ସାଲିସ୍‌ କରିବାକୁ ଶ୍ରେୟସ୍କର ମନେ କରନ୍ତି। ପ୍ରଥମତଃ ସ୍ୱାମୀଙ୍କୁ ପରିତ୍ୟାଗ କରିଲେ, କାଳେ ସନ୍ତାନ ସନ୍ତତିଙ୍କ ଜୀବନରେ ଅସୁବିଧା ହେବ, ଏହା ଭାବି ସ୍ତ୍ରୀ ନୀରବ ରହିଥାନ୍ତି।

ଦ୍ୱିତୀୟତଃ ସ୍ୱାମୀଙ୍କ ସାଥ୍‌ ଛାଡ଼ି ଅନ୍ୟ କାହା ହାତ ଧରିବା, ବାପଘରେ ରହିବା କିମ୍ବା ସ୍ୱାଧୀନ ଭାବେ ଏକୁଟିଆ ରହିବାକୁ ନେଇ ମଧ୍ୟ ମନରେ ଆଶଙ୍କା ଥାଏ।ଅନେକ କ୍ଷେତ୍ରରେ ପତ୍ନୀ ପତିଙ୍କର ତ୍ରୁଟି ପାଇଁ ନିଜକୁ ଦାୟୀ ମନେ କରିଥା’ନ୍ତି। ସେ ଭାବନ୍ତି ଯେ ବୋଧହୁଏ ତାଙ୍କର ଭଲ ପାଇବା ବା ଯତ୍ନରେ କିଛି ଭୁଲ୍‌ ହୋଇଯାଇଛି।

କେତେକ ମହିଳା ଏପରି ବି ଭାବିଥାନ୍ତି ଯେ, ସ୍ୱାମୀଙ୍କ ଘର ଛାଡ଼ିବା ପରେ ତାଙ୍କ ଉପରେ ସମାଜରେ ସନ୍ଦେହ ଉପୁଜିବ। ତା’ଛଡ଼ା ଭବିଷ୍ୟତର ଚିନ୍ତା ମଧ୍ୟ ଥିବା ହେତୁ ପତ୍ନୀ ପତିଙ୍କୁ ପରିତ୍ୟାଗକରିନଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More