Only for Entertainment

ଘରେ ମନିପ୍ଲାଣ୍ଟ ଲଗାଇଛନ୍ତି କି ? ଜାଣନ୍ତୁ ଏହାକୁ ଲଗାଇବାର ସଠିକ ଦିଗ

Life As It Comes
0 127

ଅଧିକାଂଶ ଲୋକ ନିଜ ଘରେ କିମ୍ବା ଅଫିସରେ ମନିପ୍ଲାଣ୍ଟ ଲଗାଇଥାନ୍ତି । ମନିପ୍ଲାଣ୍ଟ ଲଗାଇବା ଫଳରେ ଘରେ ଉନ୍ନତି ହୋଇଥାଏ ବୋଲି କୁହାଯାଇଥାଏ । କିନ୍ତୁ ଅନେକ ଲୋକଙ୍କୁ ଏହା ଜଣାନଥିବା ଯେ ଏହାକୁ ସଠିକ ଦିଗରେ ନରଖିବା ଦ୍ୱାରା ଖରାପ ପ୍ରଭାବ ପଡିଥାଏ । ଭୁଲ ଦିଗରେ ରଖିବା ଫଳରେ ଏହା ଘରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।

  • ମନିପ୍ଲାଣ୍ଟକୁ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ । ଏହି ଦିଗରେ ରଖିବା ଫଳରେ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଧିକ ଥାଏ । ଏହା ସହିତ ସମ୍ପର୍କ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିଥାଏ ।
  • ମନିପ୍ଲାଣ୍ଟ ବଡ ହେବା ସହିତ ଏହାର ଶାଖା ପ୍ରଶାଖା ମେଲିଥାଏ । ଏହାକୁ ଭୂମି ଉପରେ ନପକାଇ ଏହାକୁ ସର୍ବଦା ଉପରକୁ ରଖନ୍ତୁ ।
  • ମନିପ୍ଲାଣ୍ଟରେ ସର୍ବଦା ପାଣି ଦିଅନ୍ତୁ । କାରଣ ଗଛ ଶୁଖିବା ଫଳରେ ଘର ଉପରେ ଖରାପ ପ୍ରଭାବ ପଡିଥାଏ ।
  • ଏହାକୁ ପୂର୍ବ-ପଶ୍ଟିମ ଦିଗରେ ଲଗାନ୍ତୁ ନାହିଁ ଏପରି କରିବା ଦ୍ୱାରା ପତି-ପତ୍ନୀଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ ।
  • ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟକୁ ଦକ୍ଷୀଣ ଦିଗରେ ରଖିବା ଶୁଭ ହୋଇଥାଏ । ଏହି ଦିଗରେ ରଖିବା ଫଳରେ ଘରେ ଶୁଖ-ସମୃଦ୍ଧି ବଢିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More