Only for Entertainment

ଫିଲ୍ମ ଗଲିବୟର ପୋଷ୍ଟର ରିଲିଜ , ଦେଖିବାକୁ ମିଳିବ ରଣବୀର ସିଂ ଏବଂ ଆଲିୟାଙ୍କ କେମେଷ୍ଟ୍ରି !

36

ବଲିଉଡ ଅଭିନେତା ରଣବୀର ସିଂଙ୍କ ‘ଗଲି ବୟ’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମରେ ରଣବୀର ସିଂଙ୍କ ବିପକ୍ଷରେ ନଜର ଆସିବେ ଆଲିୟା ଭଟ୍ଟ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର । ଫିଲ୍ମ ୧୪ଫେବୃୟାରୀ ଅର୍ଥାତ ଭାଲେଂଟାଇନ ଡେ’ରେ ରିଲିଜ ହେବ । ରଣବୀର ସିଂ ନୂଆ ବର୍ଷ ମଉକାରେ ଏହି ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । ଏହାସହ ରଣବୀର ତାଙ୍କ ପ୍ରଶଂସକଙ୍କ ପାଇଁ ଉପହାର ମଧ୍ୟ ଦେଇଛନ୍ତି । ଶେୟାର କରାଯାଇଥିବା ଏହି ପୋଷ୍ଟରରେ କୌଣସି ଷ୍ଟାରଙ୍କ ଚେହେରା ନଜର ଆସିନଥିଲା ।

ଆଜି ଏହି ଫିଲ୍ମର ଆଉ କିଛି ପୋଷ୍ଟର ରିଲିଜ ହୋଇଛି, ଯେଉଁଥିରେ ରଣବୀର ଏବଂ ଆଲିୟା ଏକାଠି ନଜର ଆସିଛନ୍ତି ।

ଏହି ଫିଲ୍ମରେ ରଣବୀର ସିଂ ଙ୍କ ସହ ଆଲିୟା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ପ୍ରଥମ ଥର ଆଲିୟା ଏବଂ ରଣବୀର ପରଦାରେ ଏକାସହ ନଜର ଆସିବେ ର ଫିଲ୍ମ କାହାଣୀକୁ ଖବର ଶୁଣିବାକୁ ମିଳିଥିଲା ଯେ ଏହି କାହାଣୀ ସତ ଘଟଣା ଉପରେ ଆଧାରିତ । ଯେଉଁଥିରେ ରଣବୀର ମୁମ୍ବାଇ ସ୍ଥିତ କୁର୍ଲାରେ ଏକ ର‌୍ୟାପର ନାବେଦ ଶେଖ ଭୂମିକାରେ ନଜର ଆସିବେ । ମାତ୍ର ଏପର୍ଯ୍ୟନ୍ତ ଆଲିୟାଙ୍କ ଭୂମିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ଫିଲ୍ମ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More