Only for Entertainment

ପରଦାରେ ଦେଖିବାକୁ ମିଳିବନି ‘ବାଜିରାଓ- ମସ୍ତାନୀ’ଙ୍କ ଯୋଡି, ରଣବୀର କଲେ ଖୁଲାସା

The Week
29

ବଲିଉଡର ବାଜିରାଓ-ମସ୍ତାନୀ ନାମରେ ପରିଚିତ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଯୋଜିକୁ ଲୋକେ ବେଶ ପସନ୍ଦ କରିଥାନ୍ତି । ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଷ୍ଟାର କପଲ ଅନ ସ୍କ୍ରିନ ଏବଂ ଅଫ ସ୍କ୍ରିନରେ ଆଇକନିକ କପଲ ଭାବେ ବେଶ ଜଣାଶୁଣା । ଯେତେ ଥର ବି ଏହି ଯୋଡି ପରଦାରେ ନଜର ଆସିଛି ତାହା ବକ୍ସ ଅଫିସରେ ଛାଇଯାଇଛି । ତେବେ ଏହି ଯୋଡିଙ୍କୁ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ଏକ ଦୁଖଃ ଖୁବ ସାମ୍ନାକୁ ଆସିଛି ।

ଏହା ଆପଣ ଜାଣିଥିବେ ଯେ, ଲୋକେ ପରଦାରେ ଏହି ଯୋଡିକୁ ଦେଖିବା ପାଇଁ ଯେତିକି ପସନ୍ଦ କରନ୍ତି ରିଲ ଲାଇଫରେ ମଧ୍ୟ ତାହା ଠାରୁ ଅଧିକ ପସନ୍ଦ କରିଥାନ୍ତି । ଏହା ପରେ ମଧ୍ୟ ଦୀପିକା-ରଣବୀରଙ୍କ ଯୋଡିକୁ ଦର୍ଶକେ ୧ ବର୍ଷ ପର୍ଯ୍ୟନ୍ତ ପରଦାରେ ଦେଖିପାରିବେ ନାହିଁ ।

ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା ! କିନ୍ତୁ ଏହା ସତ । ରଣବୀର ନିକଟରେ ଖୁଲାସା କରିଛନ୍ତି ଯେ ୨୦୧୯ରେ ଦୀପିକାଙ୍କ ସହିତ ତାଙ୍କର କୌଣସି ଫିଲ୍ମ ଆସିବ ନାହିଁ । ରଣବୀର ଏହା ମଧ୍ୟ କହିଛନ୍ତି ଯେ, ‘ମୋ ପତ୍ନୀ ଦୀପିକାଙ୍କ ସହିତ ଏବେ ମୋର କୌଣସି ଫିଲ୍ମ ଆସିବ ନାହିଁ । କିନ୍ତୁ ମୁଁ ଆଶା କରୁଛି ଫିଲ୍ମମେକର ଖୁବ ଶୀଘ୍ର କୌଣସି ଫିଲ୍ମ ପାଇଁ ଆମ ଦୁହିଁଙ୍କୁ ଆପ୍ରୋଚ କରିବେ । ଦୀପିକାଙ୍କ ସହିତ ସ୍କ୍ରିନ ସେୟାର କରିବା ପାଇଁ ମୁଁ ଖୁବ ଆଗ୍ରହୀ ।’

କହିରଖୁଛୁ ଯେ, ରଣବୀର ଏବେ ଜୋୟା ଅଖତରଙ୍କ ଆଗାମୀ ଫିଲ୍ମ ‘ଗଲିବୟ’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କୁ ଅପୋଜିଟରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ ଦୀପିକା ଖୁବଶୀଘ୍ର ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂ ଆରମ୍ଭ କରିବେ । ଫିଲ୍ମ ଏସିଡ ସରଭାଇବର ଲକ୍ଷ୍ମୀ ଅଗ୍ରବାଲଙ୍କ ଜୀବନ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More