Only for Entertainment

ବିଳାସପୂର୍ଣ୍ଣ ଜୀବନଶୈଳୀ ଛାଡି ରେଳ ଷ୍ଟେସନରେ ରଣବୀର ସିଂ!

DNA India
0 51

ବଲିଉଡ ଅଭିନେତା ରଣବୀର ସିଂ ବର୍ତ୍ତମାନ ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଷ୍ଟୁଡିଓରେ ସୁଟିଂକୁ ଛାଡି ରେଳ ଷ୍ଟେସନରେ ନଜର ଆସୁଛନ୍ତି । ଆପଣ ଭାବୁଥିବେ ରେଳ ଷ୍ଟେସନରେ ରଣବୀରଙ୍କର କାମ କ’ଣ ? କଥାଟି ହେଉଛି ରଣବୀର ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଗଲି ବୟ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କୁହାଯାଉଛି ଯେ ଫିଲ୍ମର କାହାଣୀ ବାସ୍ତବିକ ଜୀବନ ଉପରେ ଆଧାରିତ । ଏହାକୁ ଧ୍ୟାନରେ ରଖି ଷ୍ଟୁଡିଓ ବଦଳରେ ରିୟଲ ଲୋକେସନରେ ଫିଲ୍ମର ସୁଟିଂ କରାଯାଉଛି । ସେଥିପାଇଁ ତ ରଣବୀରଙ୍କୁ ଚର୍ଚ୍ଚଗେଟ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଏଠାରେ ସେ ୫୦ ଟିମ ମେମ୍ବରଙ୍କ ସହିତ ସୁଟିଂ କରିଥିଲେ ସେ ।

Gullyboy

ଖବର ଅନୁସାରେ ରେଳ ଷ୍ଟେସନରେ ଯେଉଁ ଦୃଶ୍ୟର ସୁଟିଂ କରାଯାଇଛି ତାହା ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯାତ୍ରୀମାନଙ୍କୁ ଯେପରି ଅସୁବିଧାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଫିଲ୍ମର ସୁଟିଂ ମଧ୍ୟାହ୍ନ ସମୟରେ କରାଯାଇଥିଲା । ଏହି ସୁଟିଂ ପ୍ରୟ ୨-୩ ଘଣ୍ଟା ଚାଲିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ଆଲିୟା ଭଟ୍ଟ ନଜର ଆସିବେ । ସୂଚନା ଅନୁସାରେ ଆଲିୟା ବ୍ରହ୍ମାସ୍ତ୍ରର ସୁଟିଂ ପରେ ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More