Only for Entertainment

କ୍ରିକେଟ ସର୍ତ୍ତରେ ହାରି ନିଜେ ରଚିଲେ ନିଜ ମୃତ୍ୟୁ, ଶୁଣିଲେ ଲାଗିବ ଆଶ୍ଚର୍ଯ୍ୟ !

timesnow
0 162

କ୍ରିକେଟରେ ସର୍ତ୍ତ ହାରିବା କାରଣରୁ ଟଙ୍କା ଦେବାକୁ ଥିଲା । ମାତ୍ର ଏଥିରୁ ବଂଚିବା ଲାଗି ବାଙ୍ଗଲାଦେଶର ଜଣେ ବ୍ୟକ୍ତି ଏଭଳି କାରନାମା କରିଛନ୍ତି ଯାହାକୁ ଶୁଣି ପୁଲିସ ପାଦ ତଳୁ ମଧ୍ୟ ମାଟି ଖସିଯାଇଛି । ଆଦେଲ ସିକଦେର ନାମକ ଜଣେ ବ୍ୟକ୍ତି ନିଜ ମୃତ୍ୟୁର ଏକ ନକଲି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ସାହାଯ୍ୟରେ ସେ ଉଧାରିରୁ ବଂଚିବା ପାଇଁ ପ୍ରୟାସ କରିଛନ୍ତି । ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୧୦୦୦୦ରୁ ଅଧିକ ଥର ଲୋକମାନେ ସୋସିଆଲ ମିଡିଆରେ ଦେଖିସାରିଲେଣି ।

Adel-Shikder

ଆପଣଙ୍କୁ ଜଣାଇ ରଖୁଛୁ ଯେ ସିକନ୍ଦର ୧୮ମାର୍ଚ୍ଚରେ ଭାରତ ଏବଂ ବାଙ୍ଗଲାଦେଶରେ ହୋଇଥିବା ମ୍ୟାଚ ପାଇଁ ସର୍ତ୍ତ ସ୍ୱରୂପ ୧୮୦୦ଡଲାର ବେଟ ଲଗାଇଥିଲେ । ମାତ୍ର ଏହି ମ୍ୟାଚ ବାଙ୍ଗଲାଦେଶ ହାରିବା ପରେ ତାଙ୍କୁ ଏହି ଟଙ୍କା ଦେବାକୁ ପଡିଥା’ନ୍ତା । ତେଣୁ ଏହି କାରଣରୁ ସେ ତାଙ୍କ ମୃତ୍ୟୁର ମିଛ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି କାରଣରୁ ସେ ପାର୍ଟଟାଇମ କାମ କରୁଥିବା ଏକ ମେକଅପ ଆର୍ଟିଷ୍ଟ ହାୟର କରିଥିଲେ ଏବଂ ୩ଜଣ ତାଙ୍କୁ ମାରୁଥିବାର ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହି ଲୋକମାନେ ରକ୍ତ ଦେଖାଇବା ଲାଗି ଫଳର ମିରପ ବ୍ୟବହାର କରିଥିଲେ । ଫିଲ୍ମ ଆକାରରେ ବ୍ୟକ୍ତି ଜଣକ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଛନ୍ତି । ଏହାପରେ ଏହି ଖବର ସମ୍ବନ୍ଧିତ ପ୍ରଶ୍ନ ପଚାରିବା ପରେ ପାଖ ଲୋକଙ୍କ ମୁହଁରୁ ଏହାର ସତ୍ୟତା ଶୁଣିବାକୁ ମିଳିଥିଲା । ପୁଲିସ ଫରିଦପୁର ଜିଲ୍ଲାରୁ ଆଦେଲ ସିକଦେରଙ୍କୁ ଗିରଫ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More