Only for Entertainment

ହିନ୍ଦୀ ଭାଷାରେ ରିଲିଜ ହେଲା ‘ଡେଡପୁଲ ୨’ଟ୍ରେଲର । ଦେଖନ୍ତୁ ।

Hindustan times
0 73

ଫକ୍ସ ଷ୍ଟାର ଇଣ୍ଡିଆ ‘ଡେଡପୁଲ ୨’ର ହିନ୍ଦୀ ଟ୍ରେଲର ରିଲିଜ କରିଛନ୍ତି ଏବଂ ଡବିଂ ଖୁବ ମଜାଦାର ହୋଇଛି । ଡବିଂ ଶୁଣି ପ୍ରଶଂସକଙ୍କ ହସ ବନ୍ଦ ହେବ ନାହିଁ ଏବଂ ଟ୍ୱିଟରରେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ ଯେ ହିନ୍ଦୀ ଟ୍ରେଲରରେ ଏହି ସୁପର ହିରୋ ସୁଲତାନ ଏବଂ ବାହୁବଲୀର ଫ୍ୟାନ ଅଟନ୍ତି ।

କେବଳ ଏତିକି ନୁହେଁ ‘ପୁଲଭାଇ’ସ୍ୱଚ୍ଛ ଭାରତ ସମ୍ବନ୍ଧରେ ମଧ୍ୟ କହୁଛନ୍ତି । ହିନ୍ଦୀ ଟ୍ରେଲରରେ ସବୁଠାରୁ ମଜା କଥା ହେଉଛି ମଜାଦାର ସିନକୁ ହିନ୍ଦୀ ଜୋକ୍ସ ଦିଆଯାଇଛି । ଯାହା ଲୋକଙ୍କୁ ହସାଇ ହସାଇ ବେଦମ କରିଦେବ । ହିନ୍ଦୀ ଟ୍ରେଳର ପ୍ରଶଂସକଙ୍କୁ ଏତେ ମାତ୍ରାରେ ହସାଇଛି ଯେ ଦର୍ଶକମାନେ ଏହି ଫିଲ୍ମକୁ ଇଂରାଜୀରେ ନଦେଖି ହିନ୍ଦୀରେ ଦେଖିବା ଲାଗି ମନ ବଳାଇଛନ୍ତି । ଦେଖନ୍ତୁ ଭିଡିଓ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More