ରୋବର୍ଟ ବୋହୁଙ୍କୁ ଡେଟ କରୁଛନ୍ତି କୁଶାଲ ଟଣ୍ଡନ?ଜାଣନ୍ତୁ କାହିଁକି ପୁରୁଣା ଗର୍ଲଫ୍ରେଣ୍ଡକୁ କ୍ଷମା ମାଗିଲେ?
ରିଦ୍ଧିମା ପଣ୍ଡିତ କୁଶାଲ ଟଣ୍ଡନଙ୍କୁ ଡେଟ କରୁଛନ୍ତି ବୋଲି ଖବର ଆସିଛି । କିନ୍ତୁ ଏହାକୁ ନେଇ ପ୍ରତିକ୍ରୟା ଦେଖାଇଛନ୍ତି ଅଭିନେତ୍ରୀ ।
ଏକ ଇଂଟରଭ୍ୟୁରେ ରିଦ୍ଧିମା କହିଛନ୍ତିଯେ ଆମେ କେବଳ ଭଲ ସାଙ୍ଗ । ଜଣେ କୋ ଆକ୍ଟର ଭାବରେ ଅନ୍ୟ ଜଣକ ସହିତ ଭଲ ବନ୍ଧୁତା ରହବିା ସ୍ୱଭାବିକ କଥା । ଠିକ ସେହିଭଳି କୁଶାଲ ଏବଂ ମୋ ମଧ୍ୟରେ ଭଲ ବନ୍ଧୁତା ରହିଛି । ତେବେ ଆମ ସହିତ କରିସ୍ମା ଶର୍ମା ମଧ୍ୟ ନଜର ଆସୁଛନ୍ତି । କିନ୍ତୁ ତାଙ୍କ ବିଷୟରେ କିଛି କୁହାଯାଉନାହିଁ । ମୋ ବିଷୟରେ କୁହାଯାଉଛି କାରଣ ମୁଁ ସିଙ୍ଗଲ ଅଛି । ଅନ୍ୟ ଏକ କଥା ହେଉଛିଯେ ମୋ ମାଙ୍କ ଶରୀର ଅସୁସ୍ଥ ହେତୁ ମୁଁ ମୋ ଜନ୍ମଦିନ ପାଳନ କରିବାକୁ ଚାହୁଁନଥିଲି । କିନ୍ତୁ କୁଶାଲ ଏହା ଜାଣିବା ପରେ ମୋତେ ସରପ୍ରାଇଜ ଦେବା କଥା ଭାବିଥିଲେ । ତେବେ କୁଶାଲ ଏବଂ ମୋ ମଧ୍ୟରେ ଭଲ ବନ୍ଧୁତା ଅଛି ।
ଖବର ଅନୁସାରେ କିଛି ମାସ ପୂର୍ବରୁ ରିଦ୍ଧିମାଙ୍କର ତାଙ୍କ ଲଙ୍ଗଟାଇମ ବଏଫ୍ରେଣ୍ଡ ଇଶାନ ରୋଶନଙ୍କ ସହିତ ବ୍ରେକଅପ ହୋଇଛି । ଇଶାନ ଆକ୍ଟର ରିତିକ ରୋଶନଙ୍କ ସଂପର୍କୀୟ ।
ଚଳିତ ଦିନରେ କୁଶାଲ,ରିଦ୍ଧିମା ଏବଂ କରିସ୍ମା ଏକ ୱେବସିରିଜ ‘ହମ’ରେ ନଜର ଆସୁଛନ୍ତି । ରିଦ୍ଧିମା ଲାଇଫ ଓକେରେ ‘ବହୁ ହମାରୀ ରଜନୀକାନ୍ତ’ କମେଡ଼ି ଶୋ’ରେ ଡେବ୍ୟୁ କରିଥିଲେ ।
ନିକଟରେ କୁଶାଲ ଟଣ୍ଡନ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ପୋଷ୍ଟ ସେୟାର କରି ଏକ୍ସ ଗର୍ଲଫ୍ରେଣ୍ଡକୁ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତିଯେ ମୁଁ ସେହି ଝିଅମାନଙ୍କୁ କ୍ଷମା ମାଗିବାକୁ ଚାହେଁ ଯାହାଙ୍କୁ ମୁଁ ଭଲ ପାଉଥିଲି । ମୁଁ ମନା କରିପାରିବି ନାହିଁଯେ ମୁଁ କିଛି ହୃଦୟ ଭାଙ୍ଗିଛି,ମିଛ କହିଛି । ମୁଁ ସେହି ସମସ୍ତ ଲୁହ ପାଇଁ କ୍ଷମା ଚାହିଁବି । ମୁଁ ସେହି ମହିଳାଙ୍କୁ କ୍ଷମା ମାଗିବି ଯାହାଙ୍କ ସହିତ ମୁଁ ସମୟ ବତାଇଛି ।ଯଦି ମୋତେ ମୋ ଭୁଲ ସୁଧାରିବା ପାଇଁ ସୁଯୋଗ ଦିଆଯିବ ତେବେ ମୁଁ ନିଶ୍ଚୟ ପ୍ରାୟଶ୍ଚିତ କରିବି । କିନ୍ତୁ ଏଭଳି ହୋଇପାରିବ ନାହିଁ । କ୍ଷମା କରନ୍ତୁ ।