Only for Entertainment

କିଭଳି ପ୍ରସ୍ତୁତ କରିବେ ରୁମାଲି ରୋଟି ।

ndtv food
76

ଆବଶ୍ୟକୀୟ ସାମଗ୍ରୀ:
୩ କପ ଅଟା, ୧ କପ ମଇଦା, ୨ କପ ପାଣି ଏବଂ ବେଲିବା ପାଇଁ ଅଟା ଡଷ୍ଟ ।

ପ୍ରଥମେ ଏକ ପାତ୍ରରେ ଅଟା ଏବଂ ମଇଦା ନିଅନ୍ତୁ । ସେଥିରେ ସାମାନ୍ୟ ଲୁଣ ଓ ପାଣି ପକାଇ ଭଲ ଭାବରେ କୋମଳ ହେବା ପର୍ଯ୍ୟନ୍ତ ଚକଟନ୍ତୁ । ଏବେ ଏହାକୁ ୨ରୁ ୩ ଘଂଟା ଘୋଡ଼ାଇ ରଖି ଦିଅନ୍ତୁ । ତାହାପରେ ସେହି ଦଳା ଯାଇଯାଇଥିବା ଅଟାକୁ ଆଉ ସାମାନ୍ୟ ଦଳନ୍ତୁ ଏବଂ ଛୋଟ ଛୋଟ ଗୋଲ ଗୋଲ କରି ରଖନ୍ତୁ । ଏବେ ଗ୍ୟାସ ଅନ କରି ସେଥିରେ ତାୱାକୁ ଓଲଟାଇ ବସାନ୍ତୁ । ଧ୍ୟାନ ରଖିବେ ପ୍ରତିଦିନ ଆପଣ ତାୱାର ଉପର ପାଶ୍ୱର୍ରେ ରୁଟି କରନ୍ତି, କିନ୍ତୁ ରୁମାଲି ରୁଟି ଆପଣଙ୍କୁ ତାୱା ପଛ ପାଶ୍ୱର୍ରେ କରିବାକୁ ପଡ଼ିବ । ଏବେ ତାୱା ଗରମ ହେବା ମଧ୍ୟରେ ଗୋଲ କରି ରଖିଥିବା ଗୁଳାକୁ ପତଳା କରି ବେଲନ୍ତୁ ଏବଂ ତାୱାରେ ପକାନ୍ତୁ । ଟିକି ଟିକ ଫୋଟକା ହୋଇଯିବା ପରେ ରୁଟିକୁ ଓଲଟାଇ ଦିଅନ୍ତୁ । ହୋଇଯିବା ପରେ ବାହାର କରନ୍ତୁ । ଏଭଳି ପ୍ରସ୍ତୁତ କରନ୍ତୁ ଗରମ ରୁମାଲି ରୋଟି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More