Only for Entertainment

ଗୋଲାପ ଜଳକୁ ଏଭଳି ବ୍ୟବହାର କଲେ ଦେଖାଯିବେ ଅଧିକ ସୁନ୍ଦର ।

46

ସୁନ୍ଦର ହେବା ପାଇଁ ଆପଣ ବିଭିନ୍ନ ଉତ୍ପାଦନ ବ୍ୟବହାର କରନ୍ତି । ତାହା ମଧ୍ୟରେ ଗାଲାପ ଜଳ ଗୋଟିଏ । କିନ୍ତୁ ବେଳେ ବେଳେ ଏହାର ଉଚିତ ବ୍ୟବହାର ନଜାଣିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ ।  ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍‌ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ।ଗୋଲାପ ଜଳର ବ୍ୟବହାର ଦ୍ୱାରା ଆପଣ ସତେଜ ଅନୁଭବ କରିଥା’ନ୍ତି। ଏହା ସହିତ ଗୋଲାପ ଜଳ ସବୁ ପ୍ରକାର ସ୍କିନ୍‌ ପାଇଁ ମଧ୍ୟ ଉପକାରୀ ହୋଇଥାଏ।

ଗୋଲାପ ଜଳ  ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ କରିଥାଏ।
ଗୋଲାପ ଜଳ ଆପଣଙ୍କ ତ୍ୱଚାର ରୁକ୍ଷତାରେ ସୁଧାର ଆଣିଥାଏ। ଏହାକୁ ଆପଣ ମୁହଁରେ ସ୍ପ୍ରେ ମଧ୍ୟ କରିପାରିବେ।
ଗୋଲାପ ଜଳରେ  କେବଳ ମୁହଁ ନୁହେଁ, କେଶ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏହାକୁ ଆପଣ କେଶରେ ବ୍ୟବହାର କରିପାରିବେ।

ବାହାରୁ ଆସିବା ମାତ୍ରେ ଆପଣ ଗୋଲାପ ଜଳରେ ମୁହଁକୁ କଟନ ସାହାଯ୍ୟରେ ପୋଛି ପାରିବେ ।

ଗାଧୋଇବା ସମୟରେ ପାଣିରେ ସାମାନ୍ୟ ଗୋଲାପ ଜଳ ପକାଇ ଗାଧୋଇବା ଦ୍ୱାରା ତାଜା ଅନୁଭବ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More