ଟିଭିର ଜଣାଶୁଣା ଚେହେରା ରୁବିନା ଦିଲୈକ ଏବଂ ଅଭିନବ ଶୁକ୍ଲା ୨୧ ଜୁନକୁ ବିବାହ ବନ୍ଧନ଼ରେ ବାନ୍ଧି ହୋଇଛନ୍ତି । ଦୁଇଜଣ ଉଭୟଙ୍କୁ ଲମ୍ବା ସମୟ ଧରି ଡେଟ କରୁଥିଲେ । ଯାହାପରେ ଦୁଇଜଣ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କ ମ୍ୟାରେଜ ଫଙ୍କସନରେ ଖୁବ ଜଣାଶୁଣା ତାରକା ସାମିଲ ହୋଇଥିଲେ । ଇଣ୍ଡଷ୍ଟ୍ରିର ସାଙ୍ଗମାନଙ୍କ ପାଇଁ ରିସେପସନ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା । ତେବେ ଏହି ମଧ୍ୟରେ ଅଭିନବଙ୍କ ସହିତ ସୁନ୍ଦର ଜର୍ନିର ଏକ ଭିଡ଼ିଓ ସେୟାର କରିଛନ୍ତି ରୁବିନା ।
ଗୀତକୁ ନିଜେ ରୁବିନା ଗାଇଛନ୍ତି ଏବଂ ଲେଖିଛନ୍ତି ମଧ୍ୟ । ସେ ଏହାକୁ ୟୁଟ୍ୟୁବରେ ସେୟାର କରିଛନ୍ତି ଏବଂ ଏହା ସହିତ କ୍ୟାପ୍ସନ ମଧ୍ୟ ଦେଇଛନ୍ତି । କେବଳ ସେତିକି ନୁହେଁ ବରଂ ରୁବିନା ନିଜେ ଲେଖିଥିବା ଏକ ଗୀତରେ ବିବାହ ଦିନ ଅଭିନବଙ୍କ ପାଇଁ ପର୍ଫମ ମଧ୍ୟ କରିଥିଲେ ।