Only for Entertainment

ଅମୀର୍ ଖାନ୍ କାହିଁକି ଛାଡ଼ିଥିଲେ ଏହି ୪୦୦ କୋଟିର ସିନେମା ?

dailyhunt
0 39

ରଜନୀକାନ୍ତ-ଅକ୍ଷୟ କୁମାର ଷ୍ଟାରର୍‌’2.0′ କେବେ ରିଲିଜ୍‌ ହେବ ତାହା ଏଯାଏଁ ଜଣାପଟିନାହିଁ। ହେଲେଆପଣ କ’ଣ ଜାଣନ୍ତି କି ରଜନୀକାନ୍ତ ଷ୍ଟାରର ଅପକମିଂ ମୁଭି ‘2.0’ ପ୍ରଥମେ ଅମୀରଙ୍କୁ ଅଫର୍‌ ହୋଇଥିଲା।

ମିଷ୍ଟର୍‌ ପରଫେକସନିଷ୍ଟ୍‍ ଅମୀର୍‌ ଖାନ୍‌ ଅନେକ ସିନେମାର ଅଫରକୁ ହାତଛଡ଼ା କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା’2.0′ । ଏକଥା ନିଜେ ମିଷ୍ଟର୍‌ ପରଫେକସନିଷ୍ଟ୍‍ ଅମୀର୍‌ ଖାନ୍‌ କହିଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଦେଶକ ଶଙ୍କର ପ୍ରଥମେ ତାଙ୍କ ପାଖକୁ ‘2.0’ର ସ୍କ୍ରିପ୍ଟ ଧରି ଆସିଥିଲେ। ଦୀର୍ଘ ସମୟ ଧରି ସେ ତାଙ୍କୁ କାହାଣୀ ଶୁଣାଇଥିଲେ। ଏହାକୁ ଶୁଣି ସେ ଖୁବ୍ ଉତ୍ସାହିତ ହୋଇଥିଲେ ଏବଂ ସେହି ସମୟରେ ଜାଣିପାରିଥିଲେ ଯେ ଏହା ସୁପରହିଟ୍ ହେବ। ଏଥିରେ ନିର୍ଦ୍ଦେଶକ ଶଙ୍କର ତାଙ୍କୁ ରଜନୀକାନ୍ତ କରିଥିବା ଭୂମିକରଟି ଅଫର୍ ଦେଇଥିଲେ।

କିନ୍ତୁ ସେହି ଭୂମିକାଟି ରଜନୀକାନ୍ତ ହିଁ ଭଲ ନିଭାଇପାରିବେ ବୋଲି ତାଙ୍କର ମନେ ହେଲା। ଏଣୁ ଅମୀର ଉକ୍ତ ଅଫରକୁ ବିନମ୍ରତାର ସହ ମନା କରିଥିଲେ ।ଏଠାରେ ସୂଚନାଯୋଗ ଯେ ଏହି ସିନେମାରେ ଅକ୍ଷୟ କୁମାର ନେଗେଟିଭ୍ ରୋଲରେ ଅଛନ୍ତି। ଏହି ସିନେମାର ବଜେଟ୍‌ ୪୦୦ କୋଟି ବୋଲି କୁହାଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More