Only for Entertainment

ଛୋଟ ‘ପଠାନ’ଙ୍କୁ ପସନ୍ଦ ଆସିଗଲା ସଲମାନଙ୍କ ଲକି ବ୍ରେସଲେଟ, ଦେଖନ୍ତୁ ଫଟୋ

zee news
0 45

ସଲମାନ ଖାନ ଛୁଆମାନଙ୍କୁ କେତେ ଭଲ ପାଆନ୍ତି ତାହା ତ ସମସ୍ତଙ୍କୁ ଜଣା । ଅନେକ ଥର ସଲମାନଙ୍କୁ ଭଉଣୀ ଅର୍ପିତାଙ୍କ ପୁଅ ଆହିଲଙ୍କ ସହିତ ଖୁବ ମସ୍ତି କରୁଥିବାର ଦେଖିବାକୁ ମିଳିଛି । ସଲମାନ ବଲିଉଡର ଦବଙ୍ଗ ଖାନ ହୋଇଥିଲେ ମଧ୍ୟ ସେ ପିଲାମାନଙ୍କ ଆଗରେ ନରମ ହୋଇଯାଆନ୍ତି । ଏପରି କିଛି ଦୃଶ୍ୟ ଆଇପିଏଲ ଫାଇନାଲରେ ଦେଖିବାକୁ ମିଳିଛି । ରବିବାର ଫାଇନାଲରେ ସଲମାନ ଇରଫାନ ପଠାନଙ୍କ ପୁଅଙ୍କ ସହିତ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା ।


ରବିବାର ସଲମାନ ଫିଲ୍ମ ‘ରେସ-୩’ର ପ୍ରମୋସନ ପାଇଁ ଆଇପିଏଲ ଫାଇନାଲରେ ପହଁଚିଥିଲେ । ଏବଂ କେମେଣ୍ଟ୍ରି ବକ୍ସରେ ଇରଫାନ ପଠାନଙ୍କ ସହିତ କମେଣ୍ଟ୍ରି ମଧ୍ୟ କରିଥିଲେ । ସଲମାନଙ୍କ ସହିତ ଅନୀଲ କପୁର ମଧ୍ୟ ନଜର ଆସିଥିଲେ । ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସଲମାନ ଇରଫାନ ପଠାନଙ୍କ ପୁଅଙ୍କ ସହିତ ନଜର ଆସିଛନ୍ତି । ଫଟୋରେ ଛୋଟ ପଠାନ ସଲମାନଙ୍କ ବ୍ରେସଲେଟ ସହିତ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

କହିରଖୁଛୁ ଯେ ରେସ-୩ର ପୁରା ଟିମ ଏବେ ଫିଲ୍ମର ପ୍ରମୋସନରେ ଲାଗିଛନ୍ତି । ଫିଲ୍ମ ୧୫ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More