Only for Entertainment

କେବଳ ସ୍ୱାଦ ନୁହେଁ ଶରୀର ପାଇଁ ଜବରଦସ୍ତ ଭେଣ୍ଡୀ,ଏକା ସାଙ୍ଗରେ ମିଳିବ ୪ଟି ଫାଇଦା ।

youtube
0 57

ଖାଦ୍ୟରେ ଅଧିକାଂଶ ଲୋକ ଭେଣ୍ଡିକୁ ଖୁବ ପସନ୍ଦ କରନ୍ତି । ଏହା ଏଭଳି ଏକ ପରିବା ଯାହାକୁ ଅଧିକାଂଶ ଘରେ ତରକାରୀରେ ସାମିଲ କରାଯାଏ । କିନ୍ତୁ ଆପଣ ଜାଣନ୍ତିକି ଭେଣ୍ଡି ଖାଇବା ଦ୍ୱାରା କେତେକ ଫାଇଦା ମିଳିଥାଏ । ଆସନ୍ତୁ ଆଲୋଚନା କରିବା ।

ଭେଣ୍ଡି ପୋଷକ ତତ୍ତ୍ୱରେ ଭରପୂର । ଏଥିରେ କ୍ୟାଲସିୟମ,ଆଇରନ,ଜିଙ୍କ,ପୋଟାସିୟମ ଏବଂ ଆଂଟି ଅକ୍ସିଡାଂଟ୍ସ ରହିଥାଏ । ତେଣୁ ଭେଣ୍ଡି ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଖୁବ ଲାଭ ମିଳିଥାଏ । ତେବେ ଭେଣ୍ଡି ତ ସର୍ବଦା ମିଳିଥାଏ କିନ୍ତୁ ଗରମ ଦିନରେ ତାହା ଖୁବ ସ୍ୱାଦିଷ୍ଟ ଲାଗିଥାଏ । ଖରାଦିନରେ ଲୋକମାନେ ହଠାତ କ୍ଲାନ୍ତ ଅନୁଭବ କରନ୍ତି । ଯାହାର ମୁଖ୍ୟ କାରଣ ରକ୍ତରେ ଲାକ୍ଟିକ ଏସିଡ ଏବଂ ଅନ୍ୟ କେମିକଲ ସ୍ତର ବଢିବା । ଭେଣ୍ଡିରେ ଥିବା ପୋଷକ ତତ୍ତ୍ୱ ଏହି ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା କ୍ଲାନ୍ତ ଅବସ୍ଥା କମ ହୋଇଥାଏ ।

ପ୍ରାୟତଃ ଲୋକ ଓଜନ ବୃଦ୍ଧିକୁ ନେଇ ଖୁବ ଚିନ୍ତିତ । ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ଭେଣ୍ଡି । ଏଥିରେ ଡାଇଟରୀ ଫାଇବର ରହିଥାଏ । ଯେଉଁ କାରଣରୁ ପେଟ ପରିପୂର୍ଣ୍ଣ ଥିବାଭଳି ଅନୁଭବ ହୋଇଥାଏ । ତେଣୁ ଏହା ଦ୍ୱାରା ଆପଣ ଅତିରିକ୍ତ କ୍ୟାଲୋରୀ ନେବାରୁ ବଂଚିପାରିବେ ।

ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ସମାନ ରଖିଥାଏ । ଭେଣ୍ଡିରେ ବିଲକୁଲ ଫ୍ୟାଟ ନଥାଏ । ଏହା ସହିତ ଭେଣ୍ଡି ମେଟାବଲିଜିମ ଡିସଅର୍ଡ଼ରକୁ ଠିକ ରଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More