Only for Entertainment

ସାମ୍ନାକୁ ଆସିଲା ଲାଲ କପ୍ତାନରୁ ସୋନାକ୍ଷୀ ସିହ୍ନା ଓ ଦୀପକ ଡୋବରିଆଲଙ୍କ ଲୁକ, ବକ୍ସ ଅଫିସରେ ଧମାକା କରିବା ପାଇଁ ପ୍ରସ୍ତୁତ ଫିଲ୍ମ

latestly
32

ନିକଟରେ ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ଲାଲା କପ୍ତାନର ଟ୍ରେଲର ଦର୍ଶକଙ୍କ ପାଇଁ ରିଲିଜ କରାଯାଇଛି । ‘ଚ୍ୟାପ୍ଟର ୱାନ ଦ ହିଣ୍ଟ’ ନାମକ ଏହି ଟ୍ରେଲରରେ ସୈଫ ଅଲ୍ଲୀ ଖାନଙ୍କ ଜବରଦସ୍ତ ଲୁକ ଦେଖବାକୁ ମିଳିଛି । ଫିଲ୍ମରେ ସୈଫ ଏକ ନାଗା ସାଧୁ ଭୂମିକାରେ ନଜର ଆସିବେ । ଯେବେଠାରୁ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିଛି ସେବେଠାରୁ ଏହି ଫିଲ୍ମକୁ ନେଇ ଜୋର ସୋତ ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମରେ ସୈଫଙ୍କ ସହିତ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ ନଜର ଆସିବେ । ଫିଲ୍ମର ଟ୍ରେଲରରେ ସୋନାକ୍ଷୀଙ୍କ ଝଲକ ଦେଖିବାକୁ ମିଳିନଥିବା ବେଳେ ତାଙ୍କର କେବଳ ଭଏସ ଶୁଣିବାକୁ ମିଳିଥିଲା ।

ଇତି ମଧ୍ୟରେ ଫିଲ୍ମରୁ ସୋନାକ୍ଷୀ ସିହ୍ନାଙ୍କ ଲୁକ ସାମ୍ନାକୁ ଆସିଛି । ଏହି ଫଟୋରେ ସେନାକ୍ଷୀ ଖୁବ ସୁନ୍ଦର ଏବଂ ରହସ୍ୟମୟୀ ନଜର ଆସୁଛନ୍ତି । ଫିଲ୍ମରେ ସୋନାକ୍ଷୀ ଗେଷ୍ଟ ଅବତାରରେ ନଜର ଆସିବେ । ଏହା ସହିତ ଫିଲ୍ମରୁ ଅଭିନେତା ଦୀପକ ଡୋବରିୟାଲଙ୍କ ଲୁକ ମଧ୍ୟ ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ସେ ଦୁଇ ଦୁଇଟି କୁକୁର ସହିତ ନଜର ଆସିଛନ୍ତି ।

ଏହି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନବଦୀପ ସିଂ । ଫିଲ୍ମ ୧୮ ଅକ୍ଟୋବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More