ଲୋକପ୍ରିୟ ତଥା ବିବାଦୀୟ ଦକ୍ଷିଣ କୋରିଆର ୬ ବର୍ଷିଅ ଶିଶୁ ୟୁଟ୍ୟୁବର୍ ୫୫ କୋଟି ଟଙ୍କାର ସମ୍ପତ୍ତି କିଣି ଏବେ ଚର୍ଚ୍ଚା ପାଲଟିଛନ୍ତି। ଏହି ଶିଶୁଙ୍କର ୟୁଟ୍ୟୁବରେ ୩୦ ମିଲିୟନ୍ ସବ୍ସ୍କ୍ରାଇବର୍ ଅଛନ୍ତି। ସେ ଶିଶୁମାନଙ୍କ ପାଇଁ ଖେଳଣା ସମୀକ୍ଷା କରି ୟୁଟ୍ୟୁବ୍ରେ ଲୋକପ୍ରିୟ ପାଲଟିଥିବା ସୂଚନା ରହିଛି।
ନିକଟରେ ଏହି ଶୁଶୁ ଜଣକ ପାଞ୍ଚ ମହଲା ବିଶିଷ୍ଟ ଏକ ବିଲ୍ଡିଂ କିଣିଛନ୍ତି। ଏହି ଲୋକପ୍ରିୟ ଶିଶୁଙ୍କ ନାମ ବୋରମ। ବୋରମଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ମାସିକ ୩.୭ ବିଲିୟନ୍ ରୋଜଗାର କରୁଛି ବୋଲି ଜାଣିବାକୁ ମିଳିଛି। ତାଙ୍କର ଅନେକ ୟୁଟ୍ୟୁବ୍ କ୍ଲିପ୍ର ଭିୟୁ ୩୦୦ ମିଲିୟନ୍ ଟପିଥିବା ସୂଚନା ରହିଛି।
ଏହି ଚ୍ୟାନେଲ୍ରେ ବୋରମ ଗୁଡ଼ାଏ ମଜାଦାର୍ ଖେଳଣାର ସମୀକ୍ଷା କରିଛନ୍ତି। ଆହୁରି ଏମିତି କିଛି ସମୀକ୍ଷା ବି କରିଛନ୍ତି ଯାହାକୁ ନେଇ ବିବାଦ ବି ଉପୁଜିଛି। ତାଙ୍କର ଅନେକ ଖେଳଣା ଆଶ୍ଚର୍ଯ୍ୟଜନକ ଓ ନିଆରା ହୋଇଥିବାରୁ ଅନେକ ବ୍ୟବହାରକାରୀ ଅବିଶ୍ୱାସ ପ୍ରକଟ କରି ତାଙ୍କୁ ସମାଲୋଚନା କରିଥାନ୍ତି।