Only for Entertainment

ବାରମ୍ବାର ମୁଣ୍ଡ କୁଣ୍ଡେଇ ହେଉଥିଲେ କରନ୍ତୁ ଏହି ଉପାୟ

64

ଯଦି ଆପଣଙ୍କ କେଶର ମୂଳ ଶୁଖୁଛି ଏବଂ ଆପଣ ଚିକିତ୍ସା କରୁନାହାନ୍ତି, ତେବେ କେଶ କୁଣ୍ଡାଇ ହେବା ସହିତ ରୁପି ସମସ୍ୟା ମଧ୍ୟ ଦେଖା ଦେବ। ଏହି ରୁପିର ଚିକିତ୍ସା ନ କରାଗଲେ ମାଇକ୍ରୋବାୟଲ୍‌ ଇନ୍‌ଫେକ୍‌ସନ୍‌ ହୋଇଥାଏ। ଏଥିପାଇଁ କେଶ ମୂଳକୁ କେବେ ଶୁଖିବାକୁ ଦିଅନ୍ତୁ ନାହିଁ।ଏଥିପାଇଁ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ, ଯାହାକୁ ପ୍ରୟୋଗ କରି ଆପଣ ମୁଣ୍ଡ କୁଣ୍ଡାଇ ହେବା ସମସ୍ୟାରୁ ରକ୍ଷା ପାଇପାରିବେ।

ଲେମ୍ବୁରେ ଆଣ୍ଟି ବ୍ୟାକ୍ଟେରିଆଲ୍‌, ଆଣ୍ଟିଫଙ୍ଗଲ୍‌ର ଗୁଣ ରହିଛି। ମହୁରେ ଲେମ୍ବୁ ରସ ମିଶାଇ କେଶ ମୂଳରେ ମାଲିସ୍‌ କରନ୍ତୁ। ୧୫ମିନିଟ୍‌ ପରେ ଏହାକୁ ଧୋଇ ଦିଅନ୍ତୁ। ଏପରି କଲେ କେଶ ମୂଳ କୁଣ୍ଡାଇ ହେବା ଏବଂ ରୁପି ସମସ୍ୟା ଦୂର ହେବ।

ଆପଣଙ୍କୁ ଜଣାଥିବ, ଏଲୋଭେରାରେ ଅଧିକ ଔଷଧୀୟ ଗୁଣ ରହିଛି। ଏହାକୁ ବ୍ୟବହାର କରି ଆପଣ କେଶକୁ ସୁନ୍ଦର, ମଜବୁତ୍‌ କରିପାରିବେ ଏବଂ ରୁପି ବି ଦୂର କରିପାରିବେ। ଆପଣ ଏଲୋଭେରାକୁ ଘରେ ବାଟି ମୁଣ୍ଡରେ ଲଗାଇପାରିବେ। ନହେଲେ ବଜାରରେ ମିଳୁଥିବା ଏଲୋଭେରା ଜେଲ୍‌କୁ ମୁଣ୍ଡରେ ମାଲିସ୍‌ କରନ୍ତୁ।  ୧୫ମିନିଟ୍‌ ପରେ ମୁଣ୍ଡ ଧୋଇ ଦିଅନ୍ତୁ।

ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଲୋକ ଏହାକୁ ବ୍ୟବହାର କରିଥା’ନ୍ତି। ଏଥିରେ ଟର୍‌ପିନ୍ସ ନାମକ ପଦାର୍ଥ ରହିଛି, ଯେଉଁଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟିଫଙ୍ଗଲ୍‌ ଗୁଣ ରହିଛି। ଏହାକୁ ବ୍ୟବହାର କଲେ କେଶର ମୂଳ ନରମ ହୋଇଥାଏ। ୨ ଚାମଚ ଟି ଟ୍ରି ଅଏଲ୍‌ରେ ଗୋଟିଏ ଚାମଚ ଅଲିଭ୍‌ ଅଏଲ୍‌ ମିଶାନ୍ତୁ। ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ କେଶ ମୂଳରେ ଲଗାନ୍ତୁ। ଗୋଟିଏ ସପ୍ତାହ ପରେ ଏହାର ପରିଣାମ ଦେଖନ୍ତୁ।

ଏହା ସେଓରୁ ତିଆରି ଏକ ଭିନେଗାର୍‌। ବେଳେ ବେଳେ କେଶ ମୂଳରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ସଫା କରିବାକୁ  ଏହି ଭିନେଗାର୍‌କୁ ବ୍ୟବହାର କରାଯାଇଥାଏ। ତିନି ତୃତୀୟାଶଂ ପାଣି ସହିତ ଏକ ତୃତୀୟାଶଂ ଆପଲ୍‌  ଭିନେଗାର୍‌ ମିଶାଇ କେଶ ମୂଳରେ ଲଗାନ୍ତୁ। ଏହା ଦ୍ୱାରା କେଶ ମୂଳ କୁଣ୍ଡାଇ ହେବା ବନ୍ଦ ହୋଇଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More