Only for Entertainment

ଚନ୍ଦ୍ରଗ୍ରହଣ ୨୦୧୯: ଜାଣନ୍ତୁ ଚନ୍ଦ୍ରଗ୍ରହଣ ସହ ଜଡିତ କିଛି କଥା !

117

ଚନ୍ଦ୍ରଗ୍ରହଣ ୧୬ଜୁଲାଇ-୧୭ଜୁଲାଇ ମଧ୍ୟରେ ଅର୍ଥାତ ମଙ୍ଗଳବାର ରାତି ୧ଘଂଟା ୩୨ମିନିଟରେ ଆରମ୍ଭ ହେବ ଏବଂ ୪ଘଂଟା ୩୦ମିନିଟରେ ଶେଷ ହେବ । ହିନ୍ଦୁ ପଂଚାଂଗ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ଆଷାଢ ଶୁକ୍ଳ ପୂର୍ଣ୍ଣିମା ଉତ୍ତରାଷାଢା ନକ୍ଷତ୍ରରେ ଲାଗିବ । ଏହି ଚନ୍ଦ୍ରଗ୍ରହଣକୁ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ କୁହାଯିବ । ଏହି ଚନ୍ଦ୍ରଗ୍ରହଣ ଆରମ୍ଭ ରୁ ଭାରତର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିବ । କିନ୍ତୁ ଦେଶର ଉତ୍ତର ପଶ୍ଚିମ ଭାଗରେ କମ ଦେଖାଯିବ । ଅଧିକତଃ ଗ୍ରହଣ ରାତି ୩ଟାରେ ଦେଖିବାକୁ ମିଳିବ ।

ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଆଖପାଖ ଦେଶରେ ଏହା ଦେଖିବାକୁ ମିଳିବ । ଖଗୋଲ ବିଜ୍ଞାନ ମୁତାବକ ଚନ୍ଦ୍ରମା, ପୃଥିବୀ ଏବଂ ସୂର୍ଯ୍ୟ ଯେତେବେଳେ ସିଧାରେ ରହିଥାଆନ୍ତି ସେତେବେଳେ ଏହି ଗ୍ରହଣ ହୋଇଥାଏ ।
ଯଦି ଆମେ କହିବା ଚନ୍ଦ୍ରଗ୍ରହଣ ବିଷୟରେ, ତେବେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ପୃଥିବୀ ଆସିଯାଇଥାଏ ଏବଂ ଚନ୍ଦ୍ରମାଙ୍କ ଉପରେ ପୃଥିବୀର ଛାଇ ପଡିଥାଏ । ଏହି ସ୍ଥିତିରେ ଚନ୍ଦ୍ରଗ୍ରହଣ ହୋଇଥାଏ ।

ପୂର୍ଣ୍ଣିମା ରାତିରେ ଚନ୍ଦ୍ରମା ସଂପୂର୍ଣ୍ଣ ଭାବେ ଗୋଲାକାର ଦେଖାଯିବା ଉଚିତ । କିନ୍ତୁ ବେଳେ ବେଳେ ଏଥିରେ ପୃଥିବୀର ଛାଈ ପଡିଯାଇଥାଏ । ବେଳେ ବେଳେ ଏହି ଛାଇ ଚନ୍ଦ୍ରକୁ ସଂପୂର୍ଣ୍ଣ ଭାବେ ଢାଙ୍କି ରଖିଥାଏ । ପ୍ରଥମ ସ୍ଥିତିକୁ ଚନ୍ଦ୍ର ଅଂଶ ଗ୍ରହଣ କିମ୍ବା ଖଣ୍ଡ ଗ୍ରହଣ କୁହାଯାଏ ଏବଂ ଦ୍ୱିତୀୟ ସ୍ଥିତିକୁ ଚନ୍ଦ୍ରଗ୍ରହଣ ଅଥବା ଖଗ୍ରାସ କୁହାଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More