Only for Entertainment

ତ୍ୱଚାର ଉଜ୍ୱଳତା ବଢାଇବାରେ ସହାୟକ ହୋଇଥାଏ ତେନ୍ତୁଳି, ଜାଣନ୍ତୁ !

41

ତେନ୍ତୁଳି କେବଳ ଖାଦ୍ୟର ସ୍ୱାଦ ବଢାଇନଥାଏ । ଏହାବ୍ୟତୀତ ଆପଣ ଏହାକୁ ବ୍ୟୁଟି ଟିପ୍ସ ରୁପରେ ମଧ୍ୟ ବ୍ୟବହାର କରିହେବ । ଖାଇବା ବ୍ୟତୀତ ଏହାର ଅନ୍ୟ ଫାଇଦା ବିଷୟରେ ଚାଲନ୍ତୁ ଜାଣିବା ।

ତେନ୍ତୁଳିରେ ଏଂଟ୍ରି-ଅକ୍ସିଡାଂଟ ବ୍ୟତୀତ ଭିଟାମିନ୍ ସି ଏବଂ ଏ ରହିଥାଏ ଏବଂ ସ୍କିନକୁ ଫ୍ରି ରେଡିକଲ୍ସରୁ ରକ୍ଷା କରିବା ପାଇଁ ସାହାଯ୍ୟ କରେ ।

ତେନ୍ତୁଳି ତ୍ୱଚାକୁ ପରଫେକ୍ଟ ବ୍ଲିଚ କରିବା ପାଇଁ ସାହାଯ୍ୟ କଳେ ଏବଂ ସ୍କିନ ଟୋନ କରିବାରେ ସାହାଯ୍ୟ କରେ । ଏହାବ୍ୟତୀତ ଦାଗ, ରିଙ୍କଲ ହଟାଇବାରେ ମଧ୍ୟ ସହାୟକ ହୋଇଥାଏ ତେନ୍ତୁଳି ।

ତେନ୍ତୁଳି ଫେସପ୍ୟାକର ଫାଇଦା

ତେନ୍ତୁଳିକୁ ଫେସମାସ୍କ ଭଳି ବ୍ୟବହାର କରିବା ପାଇଁ ଏଥିରେ ଦହି, ଚନ୍ଦନ ଏବଂ ମୁଲତାନୀ ମିଟି ସହ ମିଶାଇ ଲଗାଇପାରିବେ । ଏଥିପାଇଁ ଏକ ଚାମଚ ତେନ୍ତୁଳି ଖଣ୍ଡକୁ ଦୁଇ ଚାମଚ ମୁଲତାନୀ ମିଟିରେ ମିଶାନ୍ତୁ । ଅଳ୍ପ କ୍ଷୀର ଏବଂ ଗୋଲାପ ଜଳ ସହ ମିଶାଇ ଭଲଭାବେ ମିଶାନ୍ତୁ । ଏବେ ଏହି ପ୍ୟାକକୁ ସମ୍ପୂର୍ଣ୍ଣ ଚେହେରାରେ ଲଗାନ୍ତୁ । କିନ୍ତୁ ଧ୍ୟାନରେ ରଖନ୍ତୁ ଯେ ଏହି ପ୍ୟାକ ଆଖି ଭିତରେ ନ ପଶିବା ପାଇଁ । ଅଧଘଂଟା ଏହାକୁ ମୁହଁରେ ରଖି ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟାଙ୍କୁ ସପ୍ତାହରେ ଦୁଇଥର କରନ୍ତୁ । ଏହାପରେ ଦେଖିବେ ଆପଣଙ୍କ ତ୍ୱଚାରେ କିଭଳି ପରିବର୍ତ୍ତନ ଦିଶୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More