Only for Entertainment

ଚର୍ଚ୍ଚାରେ ତାମିଲନାଡୁର ଏହି ବିବାହ ଉତ୍ସବ, ନବ ଦମ୍ପତିଙ୍କୁ ଉପହାରରେ ମିଳିଲା ପେଟ୍ରୋଲ ।

DNA India
0 51

ସାଧାରଣତଃ ବିବାହ ଉତ୍ସବରେ ବର-କନ୍ୟାଙ୍କୁ ଉପହାରରେ ପରିବାର ଲୋକେ, ବନ୍ଧୁ ପରିଜନ ନଗଦ ଟଙ୍କା, ଫୁଲତୋଡା, ଅନ୍ୟ ସାମଗ୍ରୀ ଦେଇଥାନ୍ତି । ହେଲେ ତାମିଲନାଡୁରେ ଏକ ବାହାଘର ଉତ୍ସବରେ ଜଣେ ବନ୍ଧୁ ଯେଉଁ ଉପହାର ଦେଇଛନ୍ତି ତାହା ଖାଲି ରାଜ୍ୟରେ ନୁହେଁ ବରଂ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି ।

ଏକ ତାମିଲ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ କୁଡୁଲୁରରେ ଏକ ବିବାହ ଉତ୍ସବରେ ନବଦମ୍ପତି ଅତିଥିମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରୁଥିବା ବେଳେ ବରର ଜଣେ ବନ୍ଧୁ ୫ଲିଟର ପେଟ୍ରୋଲ ଏକ କେନରେ ନେଇ ମଞ୍ଚ ଉପରେ ପହଞ୍ଚିଥିଲେ । ହସ ଖୁସିର ମାହୋଲ ହଠାତ ଅଟକି ଯାଇଥିଲା ଏହି ଉପହାରକୁ ଦେଖି । ଅନ୍ୟପଟେ ବରବଧୂ ଖୁସିରେ ଏହି ଉପହାରକୁ ସ୍ୱିକାର କରିଥିଲେ । ଚ୍ୟାନେଲ ପକ୍ଷରୁ ୩୯ ସେକେଣ୍ଡର ଏହି ଭିଡିଓକୁ ଜାରି କରାଯାଇଛି ।

ଉପହାର ଦେଇଥିବା ବନ୍ଧୁଙ୍କ କହିବା ଅନୁସାରେ ମୁଁ ମୋର ସାଙ୍ଗକୁ କ’ଣ ଭଲ ଗିଫ୍ଟ ଦେବି ସେହି ଚିନ୍ତାରେ ଥିଲି । ବର୍ତ୍ତମାନ ସମୟରେ ସବୁଠୁ ଭଲ ଏବଂ ମହଙ୍ଗା ଗିଫ୍ଟ ପେଟ୍ରୋଲ ଠାରୁ ଆଉ କିଛି ନଥିବା ମୁଁ ମାନିନେଇଥିଲି । ଲୋକେ କ’ଣ ଭାବିବେ ସେଥିପ୍ରତି ଦୃଷ୍ଟି ଦେଇନଥିଲି । ତେଣୁ ବନ୍ଧୁ ଓ ବନ୍ଧୁପତ୍ନୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ମୁଁ ସେମାନଙ୍କୁ ଅଭିବାଦନ ଜଣାଇବା ସହ ଏହି ଉପହାର ପ୍ରଦାନ କରିଥିଲି । ଆଜି ପେଟ୍ରୋଲ ଏକ ଆବଶ୍ୟକୀୟ ବସ୍ତୁ ପାଲଟି ଯାଇଛି । ସୂଚନାଯୋଗ୍ୟ ବର୍ତ୍ତମାନ ଦେଶରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ମୁମ୍ବାଇରେ ପେଟ୍ରୋଲ ୯୦ ଟଙ୍କା ଛୁଇଁଲାଣି । ଅନ୍ୟପଟ ତାମିଲନାଡୁରେ ମଧ୍ୟ ପେଟ୍ରୋଲ ଦର ୮୫.୧୫ପଇସା ଟପିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More