Only for Entertainment

ସୋସିଆଲ ମିଡିଆରେ ତାରା ସୁତାରିଆ ସ୍ୱୀକାର କଲେ ଆଦର ଜୈନଙ୍କ ପ୍ରତି ଥିବା ନିଜର ଭଲ ପାଇବା !

29

କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ତାରା ସୁତାରିଆ ଙ୍କର କରୀନା ରଣବୀରଙ୍କ ସମ୍ପର୍କୀୟ ଭାଇ ଆଦର ଜୈନଙ୍କ ସହ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ଏମାନେ ଅନେକ ସ୍ଥାନରେ ଏକାଠି ନଜର ଆସିଛନ୍ତି , ସେହିକାରଣରୁ ଏକ ଖବର ସାମ୍ନାକୁ ଆସିଛି ଯେ ତାରା ସୁତାରିଆ ଆଦରଙ୍କୁ ଡେଟ କରୁଛନ୍ତି । ଏବେ ଖବର ଆହୁରି ଚର୍ଚ୍ଚାରେ ରହିଛି କାରଣ ତାରା ଆଦରଙ୍କ ଭାଇଙ୍କ ରୋକା ସେରେମନୀରେ ମଧ୍ୟ ସ୍ପଟ ହୋଇଛନ୍ତି ।

ଆଦର ନିକଟରେ ମୁମ୍ବାଇରେ ହୋଇଥିବା ଆଇରିଶ ବ୍ୟାଣ୍ଡ ୟୁଟୁର ପରଫର୍ମାନ୍ସ ଭିଡିଓ ଶେୟାର କରିଥିଲେ ଏବଂ ସେଥିରେ ତାରାଙ୍କୁ ଟ୍ୟାଗ କରି ଲେଖିଥିଲେ ଯେ ‘ଯବ ମେ ତୁମ୍ହାରେ ସାଥ୍ ହୁଁ । ଏହାପରେ ତାର ଏହାକୁ ରିଶେୟାର କରି ଲେଖିଥିଲେ ଯେ ‘ହମେଶା ତୁମ୍ହାରେ ସାଥ । ତାରା ନିକଟରେ ଏକ ସାକ୍ଷାତକାରରେ ଆଦରଙ୍କ ସହ ସମ୍ପର୍କ ଥିବା କଥାରୁ କହିଥିଲେ ଯେ ଯେତେବେଳେ ଦୁହେଁ ଦୁହିଁଙ୍କ କମ୍ପାନୀ ଖୁବ ପସନ୍ଦ କରନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛି ଦିନ ପୂର୍ବେ ତାରା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ମରଜାୱାଁ’ରିଲିଜ ହୋଇଥିଲା । ଏବେ ତାଙ୍କର ଆଗାମୀ ଫିଲ୍ମ ତଡପ ରିଲିଜ ହେବ ଯାହା ସୁପରହିଟ ଫିଲ୍ମ ‘ଆର୍ଏକ୍ସ୧୦୦’ର ହିନ୍ଦୀ ରିମେକ ଅଟେ । ଏହି ଫିଲ୍ମରେ ତାରାଙ୍କ ବିପକ୍ଷରେ ନଜର ଆସିବେ ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ । ଯିଏ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More