Only for Entertainment

ରିଲିଜ ହେଲା କେଶରୀର ଦେଶାତ୍ମବୋଧ ଗୀତ ତେରି ମିଟ୍ଟି

you tube
39

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ୱାର୍ – ଡ୍ରାମା ଫିଲ୍ମ କେଶରୀର ଦେଶାତ୍ମବୋଧ ଗୀତ ତେରି ମିଟ୍ଟି । ଗୀତରେ ଶୁଣିବାକୁ ମିଳିଛି ଲୋକପ୍ରିୟ ପଂଜାବୀ କଣ୍ଠଶିଳ୍ପୀ ବି ପ୍ରାକଙ୍କ ଆକର୍ଷଣୀୟ ଗାୟିକି । ବାଟେଲ୍ ଅଫ ସାରାଗାଡି । ୧୮୯୭ରେ ହୋଇଥିବା ଏମିତି ଏକ ଯୁଦ୍ଧ ଯେଉଁଥିରେ ମାତ୍ର ୨୧ ଜଣ ବ୍ରିଟିଶ୍ – ଭାରତୀୟ ସେନା ୧୦ ହଜାର୍ ଆଫଗାନ୍ ସେନାଙ୍କ ସହ ଲଢେଇ କରିଥିଲେ । ଆଉ ଜିତିଥିଲେ । ସିନେମାରେ ଅଭିନେତା ଅକ୍ଷୟ କୁମାରଙ୍କ ବେଶ ପ୍ରଭାବଶାଳୀ ଅଭିନୟ ଦେଖିବାକୁ ମିଳିବ । ଯାହାର କିଛି କିଛି ଦୃଶ୍ୟ ଏହି ଗୀତ ତେରି ମିଟ୍ଟିରେ ସ୍ଥାନ ପାଇଛି । ନିକଟରେ କେଶରୀର ପୁରା ଟିମ୍ ଏହି ଗୀତ ଲଂଚ କରିଥିଲେ । ଯେଉଁଠି ଫିଲ୍ମର ଲିଡ୍ ଅକ୍ଷୟ କୁମାର୍ ସେୟାର୍ କରିଥିଲେ ନିଜ ସୁଟିଂ ସମୟର କିଛି ଅନୁଭୂତି ।

କେଶରୀର କାହାଣୀକୁ ସୁହେଇଲା ଭଳି ଗୀତଟି ହୋଇ ପାରିଛି ତେରି ମିଟ୍ଟି । ଯାହାକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଅର୍କୋ ପ୍ରଭୋ ମୁଖାର୍ଜୀଙ୍କ ସଙ୍ଗୀତରେ ପ୍ରସ୍ତୁତ ହୋଇଥିବା ଏହି ଗୀତର ଲିରିକ୍ସ ଦେଇଛନ୍ତି ମନୋଜ ମୁନ୍ତାସିର୍ । ଫିଲ୍ମରେ ଅକ୍ଷୟ କୁମାର୍ଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ପରିଣୀତି ଚୋପ୍ରା । ଧର୍ମା ପ୍ରଡକ୍ସନ ବ୍ୟାନର୍ରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର କେଶରୀର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନୁରାଗ ସିଂ । ୨୧ ମାର୍ଚ୍ଚରେ ପରଦାକୁ ଆସିବ ଚଳଚ୍ଚିତ୍ର କେଶରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More