ବିଏମଡବ୍ଲୁ ଟେଷ୍ଟ ଡ୍ରାଇଭ ପଡିଲା ମହଙ୍ଗା, କ୍ଷତିପୂରଣରେ ଦେବାକୁ ପଡିଲା ୪୦ଲକ୍ଷ ଟଙ୍କା !
ଆଜିର ଦୁନିଆରେ ସୋସିଆଲ ମିଡିଆରେ ପ୍ରତି ଖବର ଖୁବ ତୀବ୍ରତାର ସହ ବ୍ୟାପିଥାଏ । ଜଣେ ଚିନି ମହିଳା ଙ୍କ କାର ଟେଷ୍ଟ ଡ୍ରାଇଭ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଧମାଲ ମଚାଇଛି ।
ଚୀନର ଜଣେ ମହିଳା ନିଜ ବଏମଡବ୍ଲୁ କାର ଏକ୍ସ୧ର ଟେଷ୍ଟ ଡ୍ରାଇଭର ଆନନ୍ଦ ନେଉଥିଲେ । ଏହି ଟେଷ୍ଟ ଡ୍ରାଇଭ କରିବା ସମୟରେ ମହିଳା ଜଣକ ଏକ ସୋରୁମ ପାଖେ ପହଞ୍ଚିଥିଲେ, ଏବଂ ଗାଡି କୁ ରୋକିବା ପାଇଁ ବ୍ରେକ ମାରିବା ପରିବର୍ତ୍ତେ ଏକସିଲେଟର ଦବାଇ ଦେଇଥିଲେ । ଏହିକାରଣ ରୁ କାର ଟି କାଚ କବାଟ କୁ ଭାଙ୍ଗି ସୋରୁମ ଭିତରକୁ ପଶି ଯାଇଥିଲା ।
ଏକ ରିପୋର୍ଟ ମୁତବିକ ଚୀନର ଗୁଅଂଶୁରେ ୧୧ଅଗଷ୍ଟ କୁ ଏଭଳି ଘଟଣା ଘଟିଥିଲା , ଯାହାର ସାରା ଫୁଟେଜ ସିସିଟିଭିରେ କ୍ୟାପଚର ହୋଇଛି ।
ଏହି ଦୁର୍ଘଟଣାରେ ୨କର୍ମଚାରୀ ମାମୁଲି ଆଘାତ ଲାଗିଛି । ମହିଳା ଜଣକ ଏହି ଘଟଣା କୁ ସ୍ୱୀକାର କରି ୪୫ହଜାର ପାଉଣ୍ଡ ଅର୍ଥାତ ହାରାହାରି ୪୦ଲକ୍ଷ ଟଙ୍କା କମ୍ପାନୀ କୁ କ୍ଷତିପୂରଣ ଦେବେ ।