Only for Entertainment

କାହିଁକି କମ ବୟସ ଝିଅ ବିବାହ କଲା ୭୦ବର୍ଷର ବୃଦ୍ଧକୁ , ଆସନ୍ତୁ ଜାଣିବା !

0 69

ବିବାହ ପାଇଁ ପତି ପତ୍ନୀଙ୍କର ଏକ ନିର୍ଦ୍ଦାରିତ ବୟସକୁ ନିଶ୍ଚିତ ବୟସ ମାନାଯାଏ । କାରଣ ବୟସକୁ ନେଇ ସମ୍ପର୍କରେ ମଧୁରତା ଆସିଥାଏ । କିନ୍ତୁ ବେଳେ ବେଳେ ଏଭଳି ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି ଯାହାକୁ ଦେଖି ମନରେ ଅନେକ ପ୍ରଶ୍ନ ଆସିଥାଏ । ଅନେକ ସମୟରେ ଦେଖିବାକୁ ମିଳିଥାଏ ଜଣେ ବୃଦ୍ଧ ବ୍ୟକ୍ତିକୁ କମ ବୟସର ଝିଅ ଅଥବା କମ ବୟସର ପୁଅ ସହ ବୃଦ୍ଧା ମହିଳାଙ୍କୁ ବିବାହ କରିବା ଆପଣ ଦେଖି ଥିବେ ।

ଏହି କଥା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟେ ଯେତେବେଳେ ବୟସ ତାରତମ୍ୟ ଝିଅ ବୟସର କନ୍ୟା ହୋଇଥିବ । ଏହିଭଳି ଏକ ବିବାହ ସାମ୍ନାକୁ ଆସିଛି । ଯାହା ଭାଇରାଲ ହେବାରେ ଲାଗିଛି । ଏକ ପ୍ରାପ୍ତ ବୟସ୍କ ବୃଦ୍ଧ ନିଜ ଝିଅ ବୟସର ପାତ୍ରୀଙ୍କୁ ବିବାହ କରିଛନ୍ତି ।
ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ବିବାହର ଫଟୋରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଅସଲରେ ଜଣେ ବ୍ୟକ୍ତି ନିଜ ବୟସର ୪୦-୪୫ଛୋଟ ଝିଅକୁ ବିବାହ କରିଛନ୍ତି । ମିଡିଆରେ ଲୋକମାନେ ଦାବି କରିଛନ୍ତି ଯେ ଏହି ବ୍ୟକ୍ତି ଜଣକ ଆପୋଲୋ ହସ୍ପିଟାଲର ଡାଇରେକ୍ଟର ଅଟନ୍ତି । ଯାହାର ନାଁ ରାଜେଶ କୁମାର ଶୁଣିବାକୁ ମିଳିଛି ।

ଏହି ପୁରା ଘଟଣାର ଯାଂଚ କଲାପରେ ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଆପୋଲୋ ହସ୍ପିଟାଲ ନୁହେଁ ବରଂ ଆସାମର ବ୍ୟବସାୟୀ ଅଟନ୍ତି । ଯାହାର ନାଁ ରାଜେଶ କୁମାର ହିମତସଙ୍ଗକା ଅଟେ ।

ତାଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ବିବାହ କରିଛନ୍ତି ଏହି ଛୋଟ ଝିଅକୁ । ଲୋକମାନେ ଏହି ବିବାହକୁ ଖୁବ ନିନ୍ଦା କରିବା ବ୍ୟକ୍ତି ଉପରେ କୌଣସି ପ୍ରଭାବ ପକାଇ ନାହିଁ । କାରଣ ବିବାହ କରିଥିବା କନ୍ୟାର କୌଣସି ଆପତ୍ତି ନାହିଁ ବ୍ୟକ୍ତି ଜଣକ ସହ ରହିବା ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More