Only for Entertainment

ଆଇଏଏସ ପଦବୀ ଛାଡ଼ି କାହିଁକି ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି ଏହି କମ ବୟସ୍କ ବ୍ୟକ୍ତି?

amarujala
0 43

ଛତିଶଗଡ ବିଧାନ ସଭା ନିର୍ବାଚନକୁ ଏବେ ଆଉ ଅଳ୍ପ ଦିନ ବାକି ରହିଲା । ଏବେ ଏହି ସମୟରେ ଭାଜପା କୁ ଏପରି ଜଣେ ପ୍ରତିିଷ୍ଠିତ ଆଇଏସ ଅଫିସର ମିଳିଛନ୍ତି, ଯିଏକି ଅନ୍ୟ ସମସ୍ତଙ୍କ ପାଇଁ କୌଣସି ରୋଲ ମଡେଲଙ୍କ ଠୁ କମ୍ ନୁହଁନ୍ତି । ଆଜ୍ଞା ହଁ, ଆମେ କହୁଛୁ ଜଣେ ବହୁ ଚର୍ଚ୍ଚିତ ଆଇଏଏସ୍ ଅଫିସରଙ୍କ ସର୍ମ୍ପକରେ, ଯିଏକି ବିଜେପିରେ ଯୋଗ ଦେବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି ୨୦୦୫ ବ୍ୟାଚର ଆଇଏଏସ ଅଧିକାରୀ ଓପି ଚୌଧୁରୀ । ବୟସ ତାଙ୍କର ୩୭ ବର୍ଷ । ମାତ୍ର ୨୩ ବର୍ଷ ବୟସରୁ ସେ ଆଇଏଏସ୍ ହୋଇପାରିଥିଲେ । ତେବେ ସେ ଏବେ ଖୁବ୍ ଶୀଘ୍ର ଆଇଏଏସ ପଦବୀ ଛାଡି ରାଜନୀତିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ନିଜ ଅଞ୍ଚଳ ରାୟଗଡା ବିଧାନସଭାରୁ ଦଳରେ ଯୁବ ଚେହେରା ହୋଇ ସେ ନିର୍ବାଚନ ଲଢିବେ ।

ଆଇଏଏସ ଅଫିସର ଭଳି ସମ୍ମାନସ୍ପଦ ପଦବୀ ଛାଡି ଏବେ ରାଜନୀତି ରେ ଯୋଗ ଦେବାକୁ ଯାଉଛନ୍ତି ଏହି ଅଫିସର ଜଣକ । ଦେଶର ଶିକ୍ଷିତ ଯୁବକ ରାଜନୀତି ଆସିବାଟା ଏକ ଶୁଭଙ୍କର ବିଷୟ । କାରଣ ଅଧିକାଂଶ ସମୟ ରାଜନୀତିକୁ ଅନେକ ଲୋକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖନ୍ତି । ସମସ୍ତେ ଭାବନ୍ତି ରାଜନୀତି ସମସ୍ତଙ୍କ ପକ୍ଷେ ଗ୍ରହଣୀୟ ନୁହେଁ, କିନ୍ତୁ ଏବେ ସମୟ ବଦଳିବାରେ ଲାଗିଛି । ରାଜନୀତିକୁ ଏବେ ଅନେକ ଶିକ୍ଷିତ ଯୁବଗୋଷ୍ଠୀ ଆସିବାକୁ ମନ ବଳାଉଛନ୍ତି ।

ରାୟଗଡାର କୃଷକ ପରିବାରୁ ଆସିଥିବା ଚୌଧୁରୀ ମାତ୍ର ୨୩ ବର୍ଷ ବୟସରୁ ଜିଲ୍ଲା ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୮ବର୍ଷ ବୟସରୁ ବାପାଙ୍କୁ ହରାଇ ଥିବା ଚୌଧୁରୀ ଖୁବ୍ କମ୍ ବର୍ଷରେ ସଫଳତାର ପାହାଚ ଚଢିଥିଲେ । ଦ୍ୱାଦଶ ପଢିବା ସମୟରେ ହିଁ ମନେ ମନେ ସ୍ଥିର କରିଥିଲେ ଆଇଏଏସ ଅଫିସର ହେବା ପାଇଁ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଖୁବ୍ କଠିନ ପରିଶ୍ରମ କରିବାକୁ ପଡିଥିଲା ତାଙ୍କୁ । ତେବେ ସଫଳତା ପାଇବା ପରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । କିନ୍ତୁ ବର୍ତ୍ତମାନ ଏହି ସମ୍ମାନସ୍ପଦ ଚାକିରି ଛାଡି ରାଜନୀତିରେ ମନ ବଳାଇଛନ୍ତି ସେ । ରାଜନୀତି ଦ୍ୱାରା ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ପଣ କରିଛନ୍ତି ଏହି ଆଇଏଏସ୍ ଅଫିସର ଜଣକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More