Only for Entertainment

ଏହିଭଳି ଜିତନ୍ତୁ ଜୀବନସାଥୀଙ୍କ ହୃଦୟ । ସପର୍କ ହେବ ମଧୁର ।

huffingtone post
0 54

ପତି ପତ୍ନୀଙ୍କ ସମ୍ପର୍କ କେବଳ ପ୍ରେମ ଏବଂ ଭଲପାଇବାର ନୁହେଁ ବରଂ ବିଶ୍ୱାସର ମଧ୍ୟ । କିନ୍ତୁ ଯେଉଁଠାରେ ଭଲପାଇବା ଥାଏ,ସେଠାରେ ମନମାଳୀନ ରହିବା ସ୍ୱଭାବିକ କଥା । ତେବେ ଏହା ଆଗାମୀ ଭବିଷ୍ୟତକୁ ସୁଦୃଢ କରିଥାଏ । ଦୁଇଜଣଙ୍କର ପରସ୍ପର ଉପରେ ପ୍ରଗାଢ ବିଶ୍ୱାସ ମଧ୍ୟ ରହିଥାଏ,ଏବଂ ଉଭୟ ପରସ୍ପରଙ୍କର ମନ କଥା ମଧ୍ୟ ଜାଣିପାରନ୍ତି । କିନ୍ତୁ ବାହାରର ଦୁଶ୍ଚିନ୍ତା କେବେ କେବେ ସମ୍ପର୍କ ଉପରେ କୁପ୍ରଭାବ ପକାଇଥାଏ । ତେବେ ନିଜ ଜୀବନସାଥୀଙ୍କୁ ଠିକ ଭାବେ ବୁଝିବା ଆବଶ୍ୟକ ।

ସର୍ବ ପ୍ରଥମେ ଆପଣଙ୍କ ଜୀବନସାଥୀଙ୍କୁ କହିବା ପାଇଁ ସୁଯୋଗ ଦେବା ଉଚିତ । ଯାହା ଦ୍ୱାରା ସେ ତାଙ୍କ ପରିସ୍ଥିତି ବିଷୟରେ କହିପାରିବେ । ଏହା ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ ।

ରାଗିବାର କାରଣ ଜାଣିବା ପରେ ତାଙ୍କ ସମସ୍ୟାରେ ତାଙ୍କ ସାଥ ଦିଅନ୍ତୁ । ତାଙ୍କୁ ଏହି ସମସ୍ୟାରୁ ବାହାରିବା ପାଇଁ ସାହାଯ୍ୟ କରନ୍ତୁ । ଏହି ସମସ୍ତ କାର୍ଯ୍ୟ ଆପଣଙ୍କ ସଂପର୍କକୁ ସୁଦୃଢ କରିବ ।

ଯଦି ଆପଣଙ୍କ ଜୀବନସାଥୀଙ୍କ ରାଗିବାର କାରଣ ଆପଣ ନିଜେ ତେବେ କ୍ଷମା ମାଗିବାରେ ପଶ୍ଚାତାପ କରନ୍ତୁ ନାହିଁ । ଯଦି ସେଥିରେ ମଧ୍ୟ ସମସ୍ୟାର ସମାଧାନ ହୁଏ ନାହିଁ ତେବେ କିଛି ସରପ୍ରାଇଜ ପ୍ଲାନ କରନ୍ତୁ ଏବଂ ତାଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରନ୍ତୁ । ଭବିଷ୍ୟତରେ ଏଭଳି ଭୁଲ ଯେପରି ନ ହେଉ ସେଥିପ୍ରତି ଧ୍ୟାନ ରଖନ୍ତୁ ।

ଭୁଲ ବୁଝାମଣା ହୋଇଥିଲେ କଥା ବାର୍ତ୍ତା ହୋଇ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । କାରଣ ଚୁପ ରହିବା ଦ୍ୱାରା ସଂପର୍କରେ ତିକ୍ତତା ଆସିଥାଏ ।

ବ୍ୟସ୍ତ ଜୀବନ ମଧ୍ୟରେ ସମୟର ଘୋର ଅଭାବ ଯୋଗୁଁ ବେଳେ ବେଳେ ଭୁଲ ବୁଝାମଣା ହୋଇଥାଏ । କାରଣ ଆପଣ ଆପଣଙ୍କ ଜୀବନସାଥିଙ୍କୁ ଆବଶ୍ୟକୀୟ ସମୟ ଦେଇପାରନ୍ତି ନାହିଁ । ବିଶେଷ କରି ଏହା ପତ୍ନୀ ମାନଙ୍କ ସହିତ ହୋଇଥାଏ । ତେବେ ଉଭୟ ଏହି ପ୍ରତି ଦୃଷ୍ଟି ଦେବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More