Only for Entertainment

ଫ୍ରାଇଡେ ରିଲିଜ : ପରଦାକୁ ଆସିଲା ୪ଟି ଭିନ୍ନ ସ୍ୱାଦର ଫିଲ୍ମ ଜଲେବି, ଫ୍ରାଇଡେ, ହେଲିକପ୍ଟର ଇଲା ଓ ତୁମ୍ବାଡ

Koimoi
31

ଫ୍ରାଇଡେ ରିଲିଜରେ ଏଥରକ ୪ଟି ଭିନ୍ନ ସ୍ୱାଦର ଫିଲ୍ମ ମଧ୍ୟରେ ଟକ୍କର ହେଉଛି । ପରଦାକୁ ଓହ୍ଲାଇଛି ରୋମାଟିଂକ, କମେଡି, ଫ୍ୟାମିଲିଡ୍ରାମା ସହ ସସପେନ୍ସ ଫିଲ୍ମ । ଜଲେବି, ଫ୍ରାଇଡେ, ହେଲିକପ୍ଟର ଇଲା ଓ ତୁମ୍ବାଡ ମଧ୍ୟରେ ଚାଲିଛି ବକ୍ସ ଅଫିସ ଟକ୍କର ।

ଜଲେବି : 

ଡ୍ରାମା ଫିଲ୍ମ ‘ଜଲେବି- ଦ ଏଭର ଲାଷ୍ଟିଂ ଟେଷ୍ଟ ଅପ୍ ଲଭ୍’ ଆଜି ବକ୍ସ ଅଫିସରେ ମୁକ୍ତିଲାଭ କରିଛି । ବିଶେଷ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାରେ ଲଭ୍, ରୋମାନ୍ସ, ଡ୍ରାମା ସବୁକିଛି ଦେଖିବାକୁ ମିଳିଛି । ଲିଡ୍ ରୋଲରେ ରିଆ ଚକ୍ରୋବର୍ତି ଓ ବରୁଣ ମିତ୍ରାଙ୍କ ଅଭିନୟ ଦେଖିବାକୁ ମିଳିଛି । ଫିଲ୍ମରେ ଏକ ଇମୋସନାଲ୍ ପ୍ରେମ କାହାଣୀକୁ ସ୍ଥାନ ଦେଇଛନ୍ତି ମେକର୍ । ସୁପରହିଟ୍ ବେଙ୍ଗଲି ଚଳଚ୍ଚିତ୍ର ପ୍ରକତାନର ଏହି ସିନେମାଟି ହେଉଛି ଏକ ସିକ୍ୱେଲ୍ । ରିଆ ଓ ବରୁଣଙ୍କ ବ୍ୟତୀତ ଦିଗାଙ୍ଗନା, ଅନନ୍ୟା ଦୁରେଜା, ପୁର୍ତି ଆର‌୍ୟା ଆଦି କଳାକାରଙ୍କୁ ଦେଖିବାକୁ ମିଳିଛି । ମୁକେଶ ଭଟ୍ଟଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପୁଶଦୀପ୍ ଭରଦୱାଜ ।

ଫ୍ରାଏ ଡେ :

ଜଲେବି ପରି ରୋମାଟିଂକ ଫିଲ୍ମକୁ ଫ୍ରାଇଡେ ରିଲିଜରେ ଟକ୍କର ଦେଉଛି ଗୋବିନ୍ଦାଙ୍କ ଅଭୀନିତ କମେଡି ଫିଲ୍ମ ‘ଫ୍ରାଏ ଡେ’ । ଫିଲ୍ମରେ ଗୋବିନ୍ଦା ଏମିତ ଏକ ଚରିତ୍ରରେ ନଜର ଆସିଛନ୍ତି ଯିଏକି ସୁନ୍ଦରୀ ଝିଅଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଗୋବିନ୍ଦାଙ୍କ ସହ ବରୁଣ ଶର୍ମାଙ୍କ ଅଭିନୟ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିବା ସହ ଏଟଂରଟେନମେଂଟର ନୂଆ ସ୍ୱାଦ ଦେଇଛି । ବେଶ କିଛି ଦିନରର ବିରତି ପରେ ଗୋବିନ୍ଦାଙ୍କୁ ସିଲଭର ସ୍କ୍ରିନରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଅଭିଷେକ ଡୋଗରାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଫିଲ୍ମ ଫ୍ରାଏ ଡେ ।

ହେଲିକପ୍ଟର ଇଲା :

ରୋମାନ୍ସ ଓ କମେଡି ଫିଲ୍ମ ସହ ଏଥରକ ଫ୍ରାଇଡେ ରେସରେ ସାମିଲ ହୋଇଛି କାଜୋଲଙ୍କ ଅଭୀନିତ ଫିଲ୍ମ ‘ହେଲିକପ୍ଟର ଇଲା’ । ପ୍ରଦିପ ସରକାରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମରେ କାଜୋଲଙ୍କୁ ଏକ ଚ୍ୟାଲେଞ୍ଜିଙ୍ଗ ରୋଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ସିଙ୍ଗଲ ମଦର ଭୂମିକାରେ କାଜୋଲଙ୍କ ଅଭିନୟ ରହିଛି ।ଏଥିରେ କାଜୋଲଙ୍କ ପୁଅ ଭୂମିକାରେ ରିଧି ସେନଙ୍କ ଅଭିନୟ ରହିଛି । ପ୍ରାୟ ୩ବର୍ଷର ବ୍ୟବଧାନପରେ ବଲିଉଡକୁ କାଜୋଲଙ୍କ କମବ୍ୟାକ ହୋଇଛି ।ଦିଲୱାଲେ ପରେ କାଜୋଲ ହେଲିକପ୍ଟର ଇଲା ଜରିଆରେ ଦର୍ଶକଙ୍କୁ ଖୁବ ଏଟଂରଟେନ କରିଛନ୍ତି ।

ତୁମ୍ବାଡ :

ଏହି ୩ଟି ଫିଲ୍ମ ବ୍ୟତୀତ ପ୍ରାୟ ୬ବର୍ଷର ଅପେକ୍ଷା ପରେ ରିଲିଜ ହୋଇଛି ଫିଲ୍ମ ‘ତୁମ୍ବାଡ’ । ସସପେନ୍ସ ଓ ଥ୍ରୀଲର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ତୁମ୍ବାଡ । ଫିଲ୍ମରେ ରହିଛି ୧୯୨୦ ମସିହାର ପୁଣେର ଏକ ବ୍ରାହ୍ମଣ ପରିବାର ସତ୍ୟ କାହାଣୀ । ଗୁଲାବ ଗ୍ୟାଙ୍ଗ,ତଲୱାର, ସିମରନ ପରି ଚର୍ଚ୍ଚିତ ଫିଲ୍ମ ନିର୍ମାଣ କରିଥିବା ସୋହମ ଶାହାଙ୍କ ହୋମପ୍ରଡକ୍ସନରେ ଏହାର ନିର୍ମାଣ କରାଯାଇଛି । ଯେଉଁଥିରେ ରହିଛି ଅନିଲ ବର୍ବଙ୍କ ନିର୍ଦ୍ଦେଶନା ।ମୁଖ୍ୟ ଭୂମିକାରେ ସୋହମ ସାହା ଓ ଜ୍ୟୋତି ମାଲସେଙ୍କ ଅଭିନୟ ରହିଛି ।

ତେବେ ଦେଥଖିବାକୁ ବାକି ରହିଲା ଏହି ୪ଟି ଫିଲ୍ମ ମଧ୍ୟରୁ କେଉଁ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିଛି ଏବଂ କେଉଁ ଫିଲ୍ମ ବକ୍ସ ଅଫିସରେ ସଫଳ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More