Only for Entertainment

ରିଲିଜ ହେଲା ଟୋଟାଲ ଧମାଲର ଆଉ ଏକ ନୂଆ ଗୀତ ‘ସ୍ପିକର୍ ଫଟ୍ ଜାୟେ’

Navbharat Times
90

ରିଲିଜ୍ ହେଲା ଚଳଚ୍ଚିତ୍ର ଟୋଟାଲ୍ ଧମାଲର ଆଉ ଏକ ଧମାକାଦାର ଗୀତ ‘ସ୍ପିକର୍ ଫଟ୍ ଜାୟେ’ । ଗୀତରେ ଆଇଟମ୍ ଗର୍ଲ ଭାବେ ନଜର ଆସିଛନ୍ତି ବଲିଉଡ୍ ହଟ୍ ନାୟିକା ଇଷା ଗୁପ୍ତା । ଏହାଛଡା ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ଦମଦାର୍ ଡ୍ୟାନ୍ସ ବି ଏହି ଗୀତରେ ସ୍ଥାନ ପାଇଛି । ଫିଲ୍ମର ସମସ୍ତ ଷ୍ଟାରଙ୍କୁ ଦେଖିବାକୁ ମିଳିଛି ଏହି ଗୀତରେ ।

ଫିଲ୍ମରେ ପ୍ରମୁଖ ଭୂମିକାରେ ଅଜୟ ଦେବଗନ୍, ରିତେଶ ଦେଶମୁଖ, ଅର୍ସଦ ୱାର୍ସି, ଜାବେଦ୍ ଜାଫ୍ରି, ଅନୀଲ୍ କପୁର୍, ମାଧୁରୀ ଦିକ୍ଷୀତ୍ ଆଦି ବିଗ୍ ଷ୍ଟାରଙ୍କୁ ଦେଖିବାକୁ ମିଳିବ । ଆଉ ଏମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଛି ଏହି ଖାସ୍ ପ୍ରମୋସନାଲ୍ ସଙ୍ଗ । ଏହି ଜବରଦସ୍ତ ଗୀତରେ କଣ୍ଠଦାନ କିରଛନ୍ତି ହାର୍ଡି ସାନ୍ଦୁ, ଅବୁଜାର୍ ଅଖତର୍, ଆଦିତି ସିଂ ଶର୍ମା ଓ ଜୋନିତା ଗାନ୍ଧି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଗୌରଭ-ରୋସନି । ଏହି ପ୍ରମୋସନାଲ୍ ଗୀତର ନିର୍ଦ୍ଦେଶନା ଦେଇଛନ୍ତି କୁକି ଗୁଲାଟି ।

ଏକ ଦମଦାର୍ କମେଡି କାହାଣୀକୁ ନେଇ ଚଳଚ୍ଚିତ୍ର ‘ଟୋଟାଲ୍ ଧମାଲ୍’ର କାହାଣୀ ଗତିଶୀଳ ହୋଇଛି । ଯେଉଁଠି ୫୦ କୋଟିର ସମ୍ପତି ହାତେଇବା ପାଇଁ ଚେଷ୍ଟା କରନ୍ତି ସମସ୍ତେ । ଫନ୍, କମେଡିରେ ଭରପୁର ଏହି ସିନେମାରେ ଅନ୍ୟାନ ପ୍ରମୁଖ ଭୂମିକାରେ ଇଶା ଗୁପ୍ତା, ବୋମନ୍ ଇରାନୀ, ସଂଜୟ ମିଶ୍ରା, ମହେଶ ମାଂଜରେକର୍, ପିତବାସ୍ ତ୍ରିପାଠୀ, ସୁଦେଶ ଲେହରି, ବିଜୟ ପାଠକ, ଜନି ଲିବର୍, ରାଜପାଲ୍ ୟାଦବ୍, ଆଦି କଳାକାରଙ୍କ ଜବରଦସ୍ତ କମେଡି ମଧ୍ୟ ଦେଖିବାକୁ ମିଳିବ ଏହି ସିନେମାରେ । ଫକ୍ସଷ୍ଟାର୍ ଷ୍ଟୁଡିଓଜ୍ ଓ ଅଜୟ ଦେବଗନଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଇନ୍ଦ୍ର କୁମାର୍ । ୨୨ ଫେବୃୟାରୀରେ ପରଦାକୁ ଆସିବ ଚଳଚ୍ଚିତ୍ର ଟୋଟାଲ୍ ଧମାଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More