Only for Entertainment

ୟୁଏଇ ବିଶ୍ୱବିଦ୍ୟାଳୟରେ କାଗଜର ବଣ୍ଡେଲରେ ବନାଇଲେ ଏଭଳି ପେଟିଂ, ପାଲଟିଲେ ବିଶ୍ୱ ରେକର୍ଡ !

0 37

ସଂଯୁକ୍ତ ଆରବ ଇମିରେଟ(ୟୁଏଇ)ର ଇୟର ଅଫ ଜାୟଦ ଉତ୍ସବରେ ୟୁଏଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କାଗଜ ଗୋଛା ସାହାଯ୍ୟରେ ସବୁଠାରୁ ବଡ ବିଚିତ୍ର କାରୁକାର୍ଯ୍ୟ (ପଚିକାରୀ) ପେଟିଂ ବନାଇଥିବାରୁ ବିଶ୍ୱ ରେକର୍ଡ କରିଛନ୍ତି । ବିଶ୍ୱବିଦ୍ୟାଳୟର ୫୩୨ଛାତ୍ରଗଣଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ପେଟିଂରେ ‘ଇୟର ଅଫ ଜାୟଦ’ର ଲୋଗୋ ବନା ଯାଇଛି । ଏହାକୁ ୟୁଏଇ ର ଲୋକଙ୍କ ତରଫରୁ ଦିବଙ୍ଗତ ଶେଖ ଜାୟଦ ବିନ ସୁଲତାନ ଅଲ ନାହ୍ୱାନଙ୍କ ପ୍ରତି ଥିବା ଭଲ ପାଇବା ଦେଖାଇବା ପାଇଁ ପ୍ରସ୍ତୁତ କରାଯାଇଛି ।

ସୋମବାର ଦିନ ଆସିଥିବା ରିପୋର୍ଟ ମୁତାବକ ଏହି ପେଟିଂ ୧୦ମିଟର ଉଚ୍ଚତା ଏବଂ ୩.୧୨୫ମିଟର ଚଉଡା ଅଟେ । ଏହାକୁ ବନାଇବା ଲାଗି ସାତ ମାସ ସମୟ ଲାଗିଥିଲା । ଏହାକୁ ପ୍ରସ୍ତୁତ କରିବା ଲାଗି କାଗଜର ଦୁଇ ଲକ୍ଷ ୭୬ହଜାର ୮ଶହ ରୋଲ ବ୍ୟବହାର କରାଯାଇଛି । ଏହି ୩୧.୨୫ବର୍ଗମିଟର ପେଟିଂ ବନାଇବା ଲାଗି ଛାତ୍ରଗଣଙ୍କୁ ୩,୪୨୦ଘଂଟା ସମୟ ଲାଗିଥିବା ସହାୟକ ଅଧିକାରୀ ଡକ୍ଟର ଅତିକ ଅଲମଂସୁରୀ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More