ମୃତ ଶରୀରର ନାକ ଏବଂ କାନରେ ତୁଳା କାହିଁକି ଦିଆଯାଏ ଜାଣିଛନ୍ତି କି? ପଢନ୍ତୁ ।
କେବେ କେବେ ଦେଖିଥିବେଯେ ମୃତ ଶରୀରର ନାକ ଏବଂ କାନରେ ତୁଳା ଦିଆଯାଏ । ତେବେ ଏହା କାହିଁକି କରାଯାଏ ଏବଂ ଏହା ପଛରେ ଥିବା ଧାର୍ମିକ ଏବଂ ବୈଜ୍ଞାନିକ କାରଣ କ’ଣ ରହିଛି ଆସନ୍ତୁ ଆଲୋଚନା କରିବା ।
ମୃତ ଶରୀରର ନାକ ଏବଂ କାନରେ ତୁଳା ଦେବା ପଛରେ ବୈଜ୍ଞାନିକ କାରଣ ରହିଛି । ଯାହା ଅନୁସାରେ ମୃତ ଶରୀରର ନାକ ଏବଂ କାନ ଭିତରକୁ କୌଣସି କିଟାଣୁ ଯାଇପାରିବ ନାହିଁ ।
ଅନ୍ୟ ଏକ କାରଣ ଧାର୍ମିକ ଗ୍ରନ୍ଥ ସହିତ ଯଡ଼ିତ ରହିଛି । ହିନ୍ଦୁ ଗ୍ରନ୍ଥ ଗରୁଣ ପୁରାଣ ଅନୁସାରେ ମୃତ ଶରୀରର ଖୋଲା ରହିଥିବା ଭାଗରେ ସୁନା ଟୁକୁଡ଼ା ରଖାଯାଏ । କାରଣ ସୁନାର ଟୁକୁଡ଼ା ଖୁବ ପବିତ୍ର ହୋଇଥାଏ,ଏହାକୁ ମୃତ ଶରୀରରେ ରଖିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳିଥାଏ । ନାକ ଏବଂ କାନର ଛିଦ୍ର ବଡ଼ ହୋଇଥାଏ ।ତେଣୁ ତାହା ଉପରେ ରଖା ଯାଇଥିବା ସୁନାର ଟୁକୁଡ଼ା ଶରୀର ମଧ୍ୟକୁ ଚାଲି ନଯିବା ପାଇଁ ତୁଳା ମାଧ୍ୟମରେ ବନ୍ଦ କରି ଦିଆଯାଏ ।