Only for Entertainment

ମଙ୍ଗଳସୂତ୍ର ପିନ୍ଧିଥିବାର ନଜର ଆସିଲେ ରାଖୀ ସାୱନ୍ତ, ୟୁଜର କହିଲେ-ଦୀପକ କଲାଲଙ୍କ ନାଁ’ରେ ସିନ୍ଦୁର ଲଗାଇଛନ୍ତି !

75

ରାଖୀ ସାୱନ୍ତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁଛନ୍ତି ,ଏବଂ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥାଆନ୍ତି । ନିକଟରେ ରାଖୀଙ୍କ ଫଟୋକୁ ନେଇ ଖୁବ ଚର୍ଚ୍ଚା ସୋସିଆଲ ମିଡିଆରେ ଲାଗି ରହିଥିଲା । ଯାହାପରେ ତାଙ୍କ ବିବାହ ଖବର ଜୋର ଧରିଥିଲା । ଏବେ ରାଖୀ ମଙ୍ଗଳସୂତ୍ର ଏବଂ ସିନ୍ଦୁର ଲଗାଇଥିବାର ଭିଡିଓ ସାମ୍ନାକୁ ଆସିଛି ।

ଇନଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଲାଟେଷ୍ଟ ଭିଡିଓରେ ରାଖୀ ଏକ ୱେବସିରିଜର ମଧ୍ୟ କଥା ଉଠାଇଛନ୍ତି । କିନ୍ତୁ ଭିଡିଓରେ ଯେଉଁ କଥା ସ୍ପଷ୍ଟ ନଜର ଆସୁଛି ତାହା ତାଙ୍କ ଲୁକ । ଅସଲରେ ରାଖୀ ଗଳାରେ ମଙ୍ଗଳସୂତ୍ର ଏବଂ ମଥାରେ ସିନ୍ଦୂର ପିନ୍ଧିଛନ୍ତି ।

ରାଖୀଙ୍କ ଏହି ଭିଡିଓ ୟୁଜର୍ସ ଖୁବ କମେଂଟ କରିଛନ୍ତି । ସେହିଭଳି ଜଣେ ୟୂଜର ଲେଖିଛନ୍ତି ଦୀପକ କଲାଲଙ୍କ ନାଁରେ ସିନ୍ଦୁର । ସେହିଭଳି ଆଉ ଜଣେ ୟୂଜର ଲେଖିଛନ୍ତି ଯେ ଆରେ ଏ କ’ଣ, ତମକୁ କିଏ ବିବାହ କଲା?
ଏଠାରେ ଆମେ କହି ରଖୁଛୁ ଯେ ନିକଟରେ ଖବର ଆସିଥିଲା ଯେ ରାଖୀ କୌଣସି ଏକ ଏନଆରଆଇଙ୍କୁ ବିବାହ କରିଛନ୍ତି , ଯାହା ମିଛ ଏବଂ ଫଟୋସୁଟ ବୋଲି ନିଜେ ରାଖୀ ସ୍ପଷ୍ଟ କରିଥିଲେ ।

 

View this post on Instagram

 

Kya tumne Gandii Baat dekhi? @altbalaji #GandiiBaat

A post shared by Rakhi Sawant (@rakhisawant2511) on

ଏଠାରେ ଆମେ କହି ରଖୁଛୁ ଏଭଳି ପ୍ରଥମ ଥର ନୁହେଁ ବରଂ ରାଖୀଙ୍କ ବିବାହ ଖବର ଆଗରୁ ଭାଇରାଲ ମଧ୍ୟ ହୋଇଥିଲା । ସେତେବେଳେ ସେ ଦୀପକ କଲାଲଙ୍କ ସହ ବିବାହ କରିବାକୁ ନେଇ ଘୋଷଣା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More