Only for Entertainment

ଲଣ୍ଡନର ସଡକରେ ଏହି ଅନ୍ଦାଜରେ ନଜର ଆସିଲେ ବରୁଣ ଧୱନ, ‘ଷ୍ଟ୍ରିଟ ଡ୍ୟାନ୍ସର ୩’ର ସୁଟିଂରେ ଅଛନ୍ତି ବ୍ୟସ୍ତ

insta pic of varundvn
26

ବରୁଣ ଧୱନ ଏବଂ ଶ୍ରଦ୍ଧା କପୁରଙ୍କ ଯୋଡି ଖୁବଶୀଘ୍ର ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର’ରେ ନଜର ଆସିବେ । ଏବେ ପୁରା ଟିମ ଲଣ୍ଡନରେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ମଙ୍ଗଳବାର ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଥିଲେ । ଫଟୋରେ ସେ ଫିଲ୍ମର ନିର୍ଦ୍ଦେଶକ-କୋରିଓଗ୍ରାଫର ରେମୋ ଡିସୁଜାଙ୍କ ସହିତ ନଜର ଆସିଥିଲେ । ଏହି ଫଟୋକୁ ସେୟାର କରି ଶ୍ରଦ୍ଦା ଘୋଷମା କରିଥିଲେ ଯେ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ସୋସିଆଲ ମିଡିଆରେ ଶ୍ରଦ୍ଧାଙ୍କ ଏହି ଫଟୋକୁ ଲୋକେ ଖୁବ ପସନ୍ଦ କରିଥିଲେ । ଏହା ପରେ ଅଭିନେତା ବରୁଣ ଧୱନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଲଣ୍ଡନର ସଡକରେ ପୋଜ ଦେଉଥିବାର ନଜର ଆସିଛନ୍ତି ।

 

 

View this post on Instagram

 

? #sd3

A post shared by Varun Dhawan (@varundvn) on

ସୋସିଆଲ ମିଡିଆରେ ବରୁଣଙ୍କ ଏହି ଡ୍ୟାନ୍ସିଂ ପୋଜକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଥିବା ଏହି ଫଟୋକୁ ୩ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି । ‘ଷ୍ଟ୍ରିଟ ଡ୍ୟାନ୍ସର ୩’ ପୂର୍ବରୁ ବରୁଣ ରୋମୋ ଡିସୁଜାଙ୍କ ଫିଲ୍ମ ଏବିସିଡି-୨ରେ ନଜର ଆସିଥିଲେ । ପୂର୍ବ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଡ୍ୟାନ୍ସ ଉପରେ ଆଧାରିତ । ଫିଲ୍ମରେ ବରୁଣ ଜଣେ ପଂଜାବୀ ପୁଅ ଚରିତ୍ରରେ ନଜର ଆସିବେ । ସେହିପରି ଶ୍ରଦ୍ଧାଙ୍କୁ ଜଣେ ପାକିସ୍ତାନୀ ଡ୍ୟାନ୍ସର ଭୂମିକାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More