Only for Entertainment

୨୬ ଜୁଲାଇରେ ପୁଣିଥରେ ରିଲିଜ ହେବାକୁ ଯାଉଛି ଭିକି କୈଶଲଙ୍କ ଫିଲ୍ମ ‘ଉରୀ’, ଏହା ହେଉଛି ଖାସ କାରଣ

google
205

୬ ମାସ ପୂର୍ବେ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ଉରୀ : ଦ ସର୍ଜିକାଲ ଷ୍ଟାଇକ’ ରିଲିଜ ହୋଇଥିଲା । ଫିଲ୍ମ ବକ୍ସ ଅଫିସକୁ ଆସିବା ପରେ ଚହଳ ସୃଷ୍ଟି କରିଥିଲା । ବକ୍ସ ଅଫିସରେ ଫିଲ୍ମ ୨୫୦ କୋଟିରୁ ଅଧିକ ଆୟ କରି ୨୦୧୯ର ସବୁଠାରୁ ବଡ ଫିଲ୍ମ ଭାବେ ଓପନିଂ କରିଥିଲା । ଭାରତ ପକ୍ଷରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ କରାଯାଇଥିବା ଏହି ଫିଲ୍ମରେ ଭିକି କୌଶଲଙ୍କ ଅଭିନୟକୁ ସମସ୍ତ ଖୁବ ପସନ୍ଦ କରିଥିଲେ । ଯଦି ଆପଣ ଏହି ଫିଲ୍ମ ଦେଖିନାହାଁନ୍ତି କିମ୍ବା ଆଉ ଥରେ ହଲରେ ଦେଖିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି ।

ଖବର ଅନୁସାରେ ମେକର୍ସ ଫିଲ୍ମକୁ ଆଉଥରେ ସିନେମାଘରେ ରିଲିଜ କରିବା ପାଇଁ ଯାଉଛନ୍ତି । ଅସଲରେ ୨୬ ଜୁଲାଇ ଅର୍ଥାତ କାରଗିଲ ବିଜୟ ଦିବସ ଅବସରରେ ଭିକ୍କି କୌଶଲଙ୍କ ଫିଲ୍ମ ୫୦୦ଟି ସିନେମା ଘରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ପ୍ରଡ୍ୟୁସର ରୋନୀ ସ୍କ୍ରୁୱାଲା କହିଛନ୍ତି ଯେ, ‘ଏହି ଫିଲ୍ମକୁ ନର୍ମାଣ କରିବାର ଉଦ୍ଦେଶ୍ୟ ଦେଶବାସୀଙ୍କ ହୃଦୟରେ ଗର୍ବ ଅନୁଭୂତି କରିବା ପାଇଁ । ଏହା ସହିତ ସେନା କେତେ ଭଲ କାମ କରନ୍ତି ତାହାର ଅନୁଭୂତି କରାଇବା ପାଇଁ ।’ ଏହି ଫିଲ୍ମକୁ କାରଗିଲ ଦିବସରେ ରିଲିଜ କରି ଆଉ ଥିରେ ଗର୍ବ ଅନୁଭବ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More