Only for Entertainment

ପଡୋଶୀ କୁକୁର ସହିତ ପମେରିଅନର ଥିଲା ଅବୈଧ ସମ୍ପର୍କ, ଜାଣିବା ପରେ ଘରୁ ବାହାର କଲା ମାଲିକ

latestly
303

ଏପର୍ଯ୍ୟନ୍ତ ପ୍ରେମ ପାଇଁ ପ୍ରତିବନ୍ଧକ କେବଳ ମନୁଷ୍ୟଙ୍କ ପାଇଁ ଥିଲା । ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହିପରି ଘୃଣ୍ୟ ଚିନ୍ତାଧାରା କଥା କହିପାରୁ ନଥିବା ପଶୁମାନଙ୍କ ଠାରେ ମଧ୍ୟ ଲାଗୁ କରିଥାନ୍ତି । ଆଜ୍ଞା ହିଁ, କେରଳରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଖବର ଅନୁସାରେ ୩ ବର୍ଷର ପମେରିଅନ ଡଗ୍ ର ପଡେଶୀ କୁକୁର ସହିତ ପ୍ରେମ ସମ୍ପର୍କଥିବାରୁ କୁକୁରର ମାଲିକ ତାକୁ ଘରୁ ବାହାର କରିଦେଇଛି । କେବଳ ଏତିକି ନୁହେଁ ଘରୁ ବାହାର କରିବା ସମୟରେ ମାଲିକ ଜଣଙ୍କ ଏକ ନୋଟ ମଧ୍ୟ ତା’ ସହିତ ଲେଖି ଛାଡିଥିବା ଦେଖିବାକୁ ମିଳିଛି ।

ନୋଟରେ ଲେଖାଥିଲା, ଏହି କୁକୁରକୁ ଘରୁ ବାହାର କରିବାର କାରଣ ହେଉଛି ଏହାର ପଡେଶୀ କୁକୁର ସହିତ ଅବୈଧ ସମ୍ପର୍କ ଥିଲା । ମାଲିକ କୁକୁରକୁ ଘରି ବାହାର କରିବାର ମୁଖ୍ୟ କାରଣ ହେଉଛି ପମେରିଅନ ଡଗ୍ ଟି ଫିମେଲ ଥିଲା । ଯଦି ସେ ପ୍ରେଗ୍ନେଣ୍ଟ ହୋଇଥାନ୍ତା ତାକୁ ସମ୍ଭାଳିବା କାଠିକର ହୋଇଥାନ୍ତା ।

ଏହି ନୋଟରେ କୁକୁରର ବିଶେଷ୍ୱତ ଗୁଡିକ ମଧ୍ୟ ଲେଖା ହୋଇଛି । ନୋଟ ଅନୁସାରେ ‘ଏହି କୁକୁର ସବୁକଥା ବୁଝୁଥିବା ଏବଂ ଭଲ ଅଭ୍ୟାସ ଥିବା କୁକୁର । କୁକୁରଟି ବେଶୀ ଖାଏ ନାହିଁ ଏବଂ ଏହାର କୌଣସି ରୋଗ ମଧ୍ୟ ନାହିଁ । ସପ୍ତାହକୁ ପାଂଚ ଥର ଗାଧୋଇଥାଏ । କାହକୁ କାମୁଡେ ନାହିଁ । ଅଧିକାଂଶ ସମୟରେ କ୍ଷୀର ବସ୍କୁଟ ଏବଂ ଅଣ୍ଡା ଖାଇଥାଏ । ଏହାକୁ ଛାଡିବାର କେବଳ ଗୋଟିଏ କାରଣ ଏହାର ପଡୋଶୀ ସହିତ ଅବୈଧ ସମ୍ପର୍କ ଥିଲା । ’

ଏହି ଘଟଣା ପରେ କୁକୁର ମାଲିକ ଉପରେ ଲୋକଙ୍କ ରାଗ ବଢିବାରେ ଲାଗିଛି । ଲୋକେ ମାଲିକକୁ ମାନସିକ ରୋଗୀ ବୋଲି କହିଛନ୍ତି । ଲୋକଙ୍କୁ ଏହା ସବୁଠାରୁ ଆଶ୍ଚର୍ଯ୍ୟ କରିଛି ଯେ କୁକୁରମାନଙ୍କର ବି ଅବୈଧ ସମ୍ପର୍କ ଥାଏ ? ଏହି ଘଟଣା ସାମ୍ନାକୁ ଆସିବା ପରେ ପିପୁଲ ଫର ଆନିମଲ ସ୍ୱୟଂସେବକ କୁକୁରକୁ ଉଦ୍ଧାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More